ନୂଆଦିଲ୍ଲୀ: ପାକିସ୍ତାନର ସଂସଦରେ ଭାରତର ଦୁଇ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ବିଷୟରେ ଆଲୋଚନା ହୋଇଛି । ଏହି ସମୟରେ ପାକିସ୍ତାନୀ ସାଂସଦ ଗୌହର ଖାନ ନିଜ ସମ୍ବୋଧନରେ କ୍ଷମତାସୀନ ସାଂସଦଙ୍କ ଉପରେ ଖୁବ ବର୍ଷିଛନ୍ତି । ଏହା ସହିତ ଭାରତ ସହ ତୁଳନା କରି ପାକିସ୍ତାନର ବର୍ତ୍ତମାନ ସ୍ଥିତିକୁ ନେଇ ପ୍ରଶ୍ନ କରିଛନ୍ତି । ଉଲ୍ଲେଖନୀୟ ପହଲଗାମ ଆତଙ୍କୀ ହମଲାକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ସଂପର୍କ ଆହୁରି ତିକ୍ତତା ରହିଛି ।
ନିକଟରେ ପାକିସ୍ତାନୀ ସଂସଦରେ ବିରୋଧୀ ଦଳର ନେତା ଗୌହର ଖାନ କହିଛନ୍ତି ନରସୀମାହ ରାଓଙ୍କ ଶାସନରେ ମନମୋହନ ସିଂ ଅର୍ଥମନ୍ତ୍ରୀ ଥିଲେ । ବାଜପେୟୀ ଭାଷଣ ଦେଇଥିଲେ ଏବଂ ମନମୋହନ ସିଂହଙ୍କ ବଜେଟ୍ ଉପରେ ଚିନ୍ତା ପ୍ରକାଶ କରିଥିଲେ । ବାଜପେୟୀ ଦେଶ ପାଇଁ ବହୁତ ବଡ ଚିନ୍ତା କରୁଥିଲେ । ମାତ୍ର ବର୍ତ୍ତମାନ ଦେଖିବେ ଶାସନରେ ନା କୌଣସି ମନ୍ତ୍ରୀ ବସୁଛନ୍ତି ଏବଂ ନା କୌଣସି ଟିମ୍ । ମୁଁ ଯାହା କହୁଛି ଆପଣ ଲେଖି ରଖନ୍ତୁ ।
ଗୌହର ଖାନ ନିଜ ସମ୍ବୋଧନରେ ଭାରତ ଓ ପାକିସ୍ତାନର ବଜେଟର ମଧ୍ୟ ତୁଳନା କରିଛନ୍ତି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉଲ୍ଲେଖ କରିଛନ୍ତି । ସେ କହିଛନ୍ତି, ମୋଦୀ ଘୋଷଣା କରିଛନ୍ତି ଭାରତ ୧୦ ହଜାର ମେଡିକାଲ୍ ସିଟ୍ ସୃଷ୍ଟି କରିବେ । କିନ୍ତୁ ବିଡମ୍ବନାର ବିଷୟ ପାକିସ୍ତାନରେ ଓଲଟା ସ୍ୱାସ୍ଥ୍ୟ ବଜେଟ୍ କମ କରାଯାଉଛି । ଭାରତ ଏଆଇ ରିସର୍ଚ୍ଚ ପାଇଁ ଅଲଗା ୫୦୦ କୋଟି ରଖିଛି । କିନ୍ତୁ ପାକସ୍ତାନ ବଜେଟରେ ଏଆଇର ଉଲ୍ଲେଖ ବି ନାହିଁ । ଭାବନ୍ତୁ ଆମ ଦେଶର ସ୍ଥିତି କଣ ।