ବହୁ ଚର୍ଚ୍ଚିତ ଦିପୁ ଓ ଓମ୍ ହତ୍ୟା ମାମଲାରେ ଖଲାସ ହେଲେ ଡି ବ୍ରଦର୍ସ । ପ୍ରମାଣ ଅଭାବରୁ ସୁଶୀଲ ଧଳ ସାମନ୍ତ ଏବଂ ସୁଶାନ୍ତ ଧଳସାମନ୍ତ ନିର୍ଦ୍ଦୋଷରେ ଖଲାସ ହେଲେ । ଡି ବ୍ରଦର୍ସଙ୍କ ସହ ଅନ୍ୟ ୬ ସହଯୋଗୀ ମଧ୍ୟ ନିର୍ଦ୍ଦୋଷରେ ଖଲାସ ହେଲେ ।
ସୂଚନା ଯୋଗ୍ୟ ୨୦୧୩ ମସିହାରେ ହୋଇଥିଲା ଏହି ବହୁଚର୍ଚ୍ଚିତ ହତ୍ୟାକାଣ୍ଡ । ଗ୍ୟାଙ୍ଗଷ୍ଟରଙ୍କ ସହଯୋଗୀ ଥିବା ଦୀପୁ ଓ ଓମ ପ୍ରଥମେ ନିଖୋଜ ହୋଇଥିଲେ। ପରେ ସେମାନଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଇଥିଲା। ତଦନ୍ତରୁ ଜଣାପଡିଥିଲା ଯେ ୨୦୧୩ ନଭେମ୍ବର ୧୨ରେ ଦୀପୁ ଓ ଓମଙ୍କୁ କଟକରୁ ଅପହରଣ କରାଯାଇଥିଲା। ପରେ ଆଠଗଡ଼ର ଅଂଶୁପା ନିକଟର ଏକ ଫାର୍ମ ହାଉସକନ ନିଆଯାଇ ନିର୍ଦ୍ଦୟ ଭାବେ ମାଡ଼ ମରାଯାଇ ହତ୍ୟା କରାଯାଇଥିଲା। ପ୍ରମାଣ ନଷ୍ଟ ପାଇଁ ମୃତଦେହକୁ ପଶ୍ଚିମବଙ୍ଗର ସିଂହଭୂମି, ଝାଡ଼ଖଣ୍ଡ ଆଦି ସ୍ଥାନକୁ ନିଆଯାଇ ପେଟ୍ରୋଲ ପକାଇ ପୋଡ଼ି ଦିଆଯାଇଥିଲା। କଟକ ଓ ଆଖପାଖ ଅଞ୍ଚଳରେ ଅପରାଧିକ କାର୍ଯ୍ୟରେ ଲିପ୍ତଥିବା ଧଳସାମନ୍ତ ଭାଇଙ୍କ ଦ୍ବାରା ଏହି ହତ୍ଯା କରାଇଥିବା ଚର୍ଚ୍ଚା ହୋଇଥିଲା। ଘଟଣାରେ ଅଭିଯୁକ୍ତ ଦର୍ଶାଇ ଦୁଇ ଭାଇ ଓ ସହଯୋଗୀ ମାନଙ୍କୁ ଗିରଫ କରାଯାଇଥିଲା । କିନ୍ତୁ ୧୧ ବର୍ଷର ତଦନ୍ତ ଓ ଟ୍ରାଏଲ ପରେ ତଦନ୍ତରେ ପ୍ରମାଣ ଯୋଗାଡ଼ କରିବାରେ ବିଫଳ ହୋଇଥିବା କହିଛନ୍ତି କୋର୍ଟ । ଦୁଇ ଭାଇ ସୁଶାନ୍ତ ଓ ସୁଶୀଲ ଧଳସାମନ୍ତ ନିର୍ଦ୍ଦୋଷରେ ମୁକ୍ତ ହୋଇଛନ୍ତି।ଏହାସହ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ନିର୍ଦ୍ଦୋଷରେ ଖଲାସ କରିଛନ୍ତି ।
ତେବେ ଘରେ ଅସ୍ତ୍ରଶସ୍ତ୍ର ରଖିବା ମାମଲାରେ ଦୁଇ ଭାଇ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ।