ଟାଙ୍ଗୀ : ବୁଧବାର ଖୋର୍ଦ୍ଧା ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ଟାଙ୍ଗୀ ବାଇପାସର ପଥର ବନ୍ଧ ନିକଟରେ ଏକ ଅଘଟଣ ଘଟିଯାଇଛି । ଯାତ୍ରୀବାହି ବସକୁ ପଛପଟୁ ଏକ ଟ୍ରକ ଧକ୍କା ଦେଇଛି । ଫଳରେ ୧୫ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି ।
ସୂଚନା ଅନୁସାରେ, ଯାତ୍ରୀବାହୀ ବସଟି ଭୁବନେଶ୍ୱରରୁ ଦାମନ ଯୋଡି ଯାଉଥିବା ସମୟରେ ପଥର ବନ୍ଧ ନିକଟରେ ଏକ ଟ୍ରକ ହଠାତ ବ୍ରେକ ମାରିବା ସହ ୟୁ ଟର୍ଣ ନେଇଥିଲା । ଯାହା ଫଳରେ ବସ ଚାଳକ ଭାରସାମ୍ୟ ହରାଇବାରୁ ଟ୍ରକ ପଛରେ ପିଟି ହୋଇଯ୍ଧବଥିଲେ । ତେବେ ଏନେଇ ଖବର ପାଇ ଟାଙ୍ଗୀ ପୋଲିସ ଘଟଣାସ୍ଥଳରେ ପହଂଚି ଆହତ ଯାତ୍ରୀଙ୍କୁ ଉଦ୍ଧାର କରିବା ସହ ସମସ୍ତଙ୍କୁ ଟାଙ୍ଗୀ ମେଡିକାଲରେ ଭର୍ତି କରିଛନ୍ତି । ଏହାସହ ଘଟଣା ସ୍ଥଳରେ ଅଧିକ ତଦନ୍ତ ଆରମ୍ଭ କରିଛନ୍ତି ।