ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଶିକ୍ଷା ବିଭାଗର ଆକାଉଣ୍ଟାଣ୍ଟ୍ ସୂର୍ଯ୍ୟକାନ୍ତ ସ୍ୱାଇଁଙ୍କୁ ଭିଜିଲାନ୍ସ ଧରିଛି । ଜଣେ ଶିକ୍ଷକଙ୍କ ଠାରୁ 5000 ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ଜାଲିରେ ପଡ଼ିଛନ୍ତି ।
ଜଣେ ଶିକ୍ଷକ ୧,୫୦,୦୦୦ ଟଙ୍କାର ଗୃହ ନିର୍ମାଣ ପାଇଁ ଅଗ୍ରିମ ବିଲ୍ କରିବାକୁ ବିଇଓ ଆକାଉଣ୍ଟାଣ୍ଟ୍ ସୂର୍ଯ୍ୟକାନ୍ତ ସ୍ୱାଇଁଙ୍କୁ କହିଥିଲେ । ଉକ୍ତ ଗୃହ ନିର୍ମାଣ ଅଗ୍ରିମ ରାଶିକୁ ପୂର୍ବରୁ କର୍ତ୍ତୃପକ୍ଷ ମଞ୍ଜୁର କରିଥିଲେ । କିନ୍ତୁ ସ୍ୱାଇଁ କୌଣସି ବିନା କାରଣରେ ବିଲ୍ ପ୍ରସ୍ତୁତ କରିବାରେ ବିଳମ୍ବ କରୁଥିଲେ । ଟଙ୍କା ରିଲିଜ୍ ପାଇଁ ଅଭିଯୋଗକାରୀଙ୍କଠାରୁ ୫,୦୦୦ ଟଙ୍କା ଲାଞ୍ଚ ଦାବି କରୁଥିଲେ । ଏ ନେଇ ସମ୍ପୃକ୍ତ ଶିକ୍ଷକ ଜଣକ ଭିଜିଲାନ୍ସ ବିଭାଗକୁ ଜଣାଇଥିଲେ । ଯୋଜନା ମୁତାବକ ଆଜି ସେ ଟଙ୍କା ଦେଉଥିବାବେଳେ ଭିଜିଲାନ୍ସ ଅଧିକାରୀମାନେ ସୂର୍ଯ୍ୟକାନ୍ତଙ୍କୁ ଧରିଛନ୍ତି । ତାଙ୍କ ନିକଟରୁ ଲାଞ୍ଚ ଟଙ୍କା ଜବତ କରାଯାଇଛି ।
ଏହା ପରେ ଆକାଉଣ୍ଟାଣ୍ଟଙ୍କର ଦୁଇଟି ଠିକଣାରେ ଚଢ଼ଉ କରାଯାଇଛି ।