ନୂଆଦିଲ୍ଲୀ: ଆଜିକାଲି ସୋସିଆଲ ମିଡିଆରେ ପ୍ରତିଦିନ କିଛି ନା କିଛି ଅଜବ ଦୃଶ୍ୟ ଦେଖିବାକୁ ମିଳୁଛି। ଲୋକମାନେ ଇଣ୍ଟରନେଟରେ ପ୍ରତିଦିନ ଅନେକ ଫଟୋ ଏବଂ ଭିଡିଓ ଅପଲୋଡ୍ କରୁଛନ୍ତି । ଯାହାକୁ ଦେଖିବା ପାଇଁ ଦର୍ଶକ ବେଶ୍ ଆଗ୍ରହୀ ।
ଏପରି ଏକ ଭିଡିଓ ଲୋକଙ୍କ ହୃଦୟ ଜିତିଛି। ଏହି ଭିଡିଓରେ ଏକ ଛୋଟିଆ କୁଡ଼ିଆ ଘରଟି ଅଛି, ଯାହାର ଚାରିପାଖରେ ଗଛଲତା ପରିପୂର୍ଣ୍ଣ । ପ୍ରଥମ ଝଲକରେ, ଏହି କୁଡ଼ିଆଟି ଗୋଟିଏ ସାଧାରଣ ଘର ଭଳି ଜଣାପଡୁଛି । କିନ୍ତୁ ଘର ଭିତର ଦୃଶ୍ୟ ଦେଖିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହୋଇଯିବେ ।
ଏହି ଭିଡିଓକୁ ଇନଷ୍ଟାଗ୍ରାମରେ ସେୟାର କରାଯାଇଛି ଏବଂ ଏପର୍ଯ୍ୟନ୍ତ ଏହାକୁ ୬୬ ହଜାରରୁ ଅଧିକ ଲାଇକ୍ ମଧ୍ୟ ମିଳିସାରିଛି। ଭିଡିଓରେ, ଏହା ଦେଖାଯାଉଛି ଯେ ଏକ କୁଡ଼ିଆ ବାହାରେ ଏକ ଏୟାର କଣ୍ଡିସନରର ୟୁନିଟ୍ ଲଗାଯାଇଛି, ଯାହା ଲୋକଙ୍କୁ ଆଶ୍ଚର୍ଯ୍ୟ କରୁଛି। କୁଡ଼ିଆ ଭିତରର ଦୃଶ୍ୟ ଆହୁରି ଆଶ୍ଚର୍ଯ୍ୟଜନକ। କାନ୍ଥରେ ଝୁଲୁଥିବା ଏକ LED ଟିଭି, ଏକ ଛୋଟ ଫ୍ରିଜ୍ ଏବଂ AC ର ଥଣ୍ଡା ପବନରେ ଜଣେ ବ୍ୟକ୍ତି ଆରମ କରୁଛନ୍ତି । ଭିଡିଓଟି ଭାଇରାଲ ହେବା ମାତ୍ରେ ଲୋକମାନେ ତାଙ୍କ ସୋସିଆଲ ମିଡିଆରେ କମେଣ୍ଟ ଦେବା ଆରମ୍ଭ କରିଦେଲେଣି ।