ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ନାରାୟଣପୁର ଜିଲ୍ଲାରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । ଜଙ୍ଗଲରେ ସୁରକ୍ଷାକର୍ମୀ ଓ ନକ୍ସଲ ମୁହାଁମୁହିଁ ହେବା ଫଳରେ ଦୁଇ ମହିଳା ନକ୍ସଲ ନିପାତ ହୋଇଛନ୍ତି ।
ସୂଚନା ଅନୁସାରେ, ମାଡ ଡିଭିଜନର ବଡ କ୍ଯାଡର ଜଙ୍ଗଲରେ ଥିବା ନେଇ ସୁରକ୍ଷାକର୍ମୀମାନେ ବିଶେଷ ସୂତ୍ରରୁ ଖବର ପାଇ ସର୍ଚ୍ଚ ଅପରେସନ ଜାରି କରିଥିଲେ । ଏହି ସମୟରେ ନକ୍ସଲମାନେ ପ୍ରଥମେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳିମାଡ଼ କରିଥିଲେ। ଏହାର ପ୍ରତି ଉତ୍ତରରେ ସୁରକ୍ଷାକର୍ମୀମାନେ ମଧ୍ୟ ଗୁଳିବିନିମୟ କରିଥିଲେ । ଏହି ଗୁଳିବିନିମୟରେ ଦୁଇ ମହିଳା ନକ୍ସଲ ନିହତ ହେବା ସହିତ ଇନସାସ୍ ବନ୍ଧୁକ ଓ ରାଏଫଲ ଜବତ କରାଯାଇଛି । ଡିଆରଜି ଓ ଏସଟିଏଫ ଯବାନଙ୍କ ମିଳିତ ଉଦ୍ୟମରେ ଏ ପର୍ଯ୍ୟନ୍ତ ଜଙ୍ଗଲରେ ଅପରେସନ ଜାରି ରହିଛି।