ଦିଗପହଣ୍ଡି: ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ କରବାଲୁଅଁ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ମାଆକୁ ଠେଙ୍ଗାରେ ପିଟିପିଟି ହତ୍ୟା ନୃଶଂସ ପୁଅ କରିଛି । ହତ୍ୟାର କାରଣ ଅସ୍ପଷ୍ଟ ରହିଛି । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।
ସୂଚନା ଅନୁସାରେ, କୌଣସି କାରଣରୁ ପୁଅ ସନ୍ତୋଷ ବେହେରା ଓ ମାଆ ମଧ୍ୟରେ କଳହ ହୋଇଥିଲା । ଯାହାର ପରିଣତି ଉଗ୍ର ରୂପ ନେଇଥିଲା । ପୁଅ ରାଗିଯାଇ ମାଆକୁ ଠେଙ୍ଗାରେ ପିଟିପିଟି ହତ୍ୟା ଅତି ନୃଶଂସ ଭାବରେ ହତ୍ୟା କରିଛି ବୋଲି ଅଭିଯୋଗ ହୋଇଛି । ପରିବାରର ଅନ୍ୟ ସଦସ୍ୟମାନେ ଘରେ ନ ଥିବାବେଳେ ଏପରି ଅମାନୁଷିକ କାଣ୍ଡ ପୁଅ କରିଛି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଦେଇଛି । ଏନେଇ ପୋଲିସକୁ ସ୍ଥାନୀୟ ଲୋକେ ଖବର ଦେଇଥିଲେ । ଖବର ପାଇ, ପୋଲିସ ସହ ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ପଠାଇଛି। କେଉଁ କାରଣରୁ ପୁଅ ମାଆକୁ ହତ୍ୟା କରିଛି ତାହାର କାରଣ ଅସ୍ପଷ୍ଟ ରହିଛି ।