ସ୍ପେସଏକ୍ସ ଡ୍ରାଗନ ମହାକାଶଯାନରେ ଉତକ୍ଷେପଣ କରାଯାଇଥିବା ଆକ୍ସିଅମ-୪ ମିଶନ ଗୁରୁବାର ଦିନ ଆନ୍ତର୍ଜାତୀୟ ମହାକାଶ ଷ୍ଟେସନ (ISS) ସହିତ ସଫଳ ଭାବରେ ଡକିଂ ହାସଲ କରିଛି। ଅଢେଇ ଘଣ୍ଟା ଧରି ଚାଲିଥିବା ଡକିଂ ପ୍ରକିୟା ସଫଳତାର ସହ ଶେଷ ହୋଇଛି। ରାକେଶ ଶର୍ମାଙ୍କ ପରେ ପ୍ରଥମ ଭାରତୀୟ ଭାବେ ମହାକାଶରେ ପାଦ ଥାପିଲେ ଶୁଭାଂଶୁ ଶୁକ୍ଲା। ଆଇଏସଏସରେ ସାଥୀଙ୍କ ସହ ୧୪ ଦିନ ରହିବେ ଶୁଭାଂଶୁ।
ଡ୍ରାଗନ ସ୍ୱୟଂଚାଳିତ ଭାବରେ ଷ୍ଟେସନର ହାରମୋନି ମଡ୍ୟୁଲର ସ୍ପେସ-ଫେସିଂ ପୋର୍ଟରେ ଲାଗିଥିବାରୁ ଡକିଂ ନିର୍ଦ୍ଧାରିତ ସମୟ ପୂର୍ବରୁ ଅପରାହ୍ନ ୪:୦୫ ରେ ହୋଇଥିଲା। ନାସାର ମହାକାଶଚାରୀ ଆନ୍ ମ୍ୟାକକ୍ଲେନ୍ ଏବଂ ନିକୋଲ ଆୟର୍ସ ସ୍ୱୟଂଚାଳିତ ପଦ୍ଧତି ଏବଂ ଡକିଂ ପ୍ରକ୍ରିୟାକୁ ନିକଟରୁ ନିରୀକ୍ଷଣ କରିଥିଲେ।
Ax-4 କ୍ରୁରେ ପୂର୍ବତନ NASA ମହାକାଶଚାରୀ ପେଗି ହ୍ୱିଟସନ, ISROର ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା ଏବଂ ୟୁରୋପୀୟ ସ୍ପେସ୍ ଏଜେନ୍ସି ମହାକାଶଚାରୀ ପୋଲାଣ୍ଡର ସ୍ଲାଓସ୍ ଉଜନାନସ୍କି-ୱିସନିୱସ୍କି ଏବଂ ହଙ୍ଗେରିର ଟିବୋର୍ କାପୁ ସାମିଲ ଅଛନ୍ତି। ସେମାନେ ଜୁନ୍ 25 ତାରିଖ ଦିନ ମଧ୍ୟାହ୍ନରେ IST ରେ ଏକ SpaceX ଫାଲକନ୍ 9 ରକେଟ୍ ଯୋଗେ ଫ୍ଲୋରିଡାର NASAର କେନେଡି ସ୍ପେସ୍ ସେଣ୍ଟରରେ ଲଞ୍ଚ କମ୍ପ୍ଲେକ୍ସ 39A ରୁ ଉଡ଼ାଣ ଭରିଥିଲେ।