ନୂଆଦିଲ୍ଲୀ: ମର୍ଣ୍ଣିଂ ମିଡାସ୍ ନାମକ ଏକ ମାଲବାହୀ ଜାହାଜ ୩୦୦୦ କାର ନେଇ ଯାଉଥିବାବେଳେ ପ୍ରଶାନ୍ତ ମହାସାଗରେ ବୁଡ଼ି ଯାଇଛି । ଯେଉଁଥିରେ ୭୦ଟି ବୈଦ୍ୟୁତିକ ଗାଡ଼ି ଓ ୬୮୦ଟି ହାଇବ୍ରିଡ୍ କାର ଥିଲା । ଜାହାଜଟି ଚୀନରୁ ମେକ୍ସିକୋ ଯାଉଥିଲା ବୋଲି ଜଣାପଡ଼ିଛି ।
ମାଲବାହୀ ଜାହାଜର ପରିଚାଳନା କରୁଥିବା ସଂସ୍ଥା ଜୋଡ଼ିଆକ୍ ମରିଟାଇମ ଅନୁସାରେ, ମେ ୨୬ରେ ଚୀନର ୟନ୍ତାଇରୁ ମେକ୍ସିକୋ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା । ଏଲୁଟିଆନ୍ ଦ୍ୱୀପ ନିକଟରେ ଜାହାଜରେ ନିଆଁ ଲାଗିବା କାରଣରୁ ଦୁର୍ଘଟଣାର ଶୀକାର ହୋଇଥିଲା । ଏହା ସହିତ ଖରାପ ପାଗ ଏବଂ ପାଣି ଲିକରେ କରିବା ମଧ୍ୟ କାରଣ ଅଟେ । ଦ୍ୱୀପରୁ ୪୧୫ ମାଇଲ୍ ଦୂରରେ ଥିବାବେଳେ ଆମେରିକା ତଟରକ୍ଷୀ ବାହିନୀକୁ ଜାହାଜରେ ନିଆଁ ଲାଗିଥିବାର ସୂଚନା ପାଇଥିଲା । କିନ୍ତୁ ନିଆଁକୁ ନିୟନ୍ତ୍ରଣ କରାଯାଇ ନ ପାରିବାରୁ ଜାହଜଟି ବୁଡ଼ି ଯାଇଥିଲା । ତେବେ ଜାହାଜରେ ଥିବା ୨୨ ଜଣ କର୍ମଚାରୀଙ୍କ ତଟରକ୍ଷୀବାହିନୀ ସୁରକ୍ଷିତଭାବେ ଉଦ୍ଧାର କରିଛନ୍ତି ।