ନୂଆଦିଲ୍ଲୀ: ଭାରତୀୟ ବାୟୁ ସେନାର ୱିଙ୍ଗ୍ କମାଣ୍ଡର ଅଭିନନ୍ଦନଙ୍କୁ ଧରିଥିବା ପାକିସ୍ତାନ ସେନା ଅଧିକାରୀଙ୍କର ମୃତ୍ୟୁ ହୋଇଛି । ତାଲିବାନର ଆକ୍ରମଣରେ ମେଜର୍ ମୋଇଜ୍ ଅବ୍ବାସ୍ ଶାହ ପ୍ରାଣ ହରାଇଥିବା ଜଣାପଡ଼ିଛି । ଏଥିରେ ଆଉ ଜଣେ ପାକ୍ ସେନାର ମଧ୍ୟ ମୃତ୍ୟୁ ହୋଇଛି ।
ତହରୀଫ ଏ ତାଲିବାନ ପାକିସ୍ତାନ (ଟିଟିପି)ର ଆକ୍ରମଣର ମେଜର ଶାହଙ୍କର ମୃତ୍ୟୁ ହୋଇଛି । ଇଣ୍ଟର୍ ସର୍ବିସ୍ ପବ୍ଲିକ୍ ରିଲେସନ୍ ନିଜ ବୟାନରେ କହିଛି, ୨୪ ଜୁନରେ ସୁରକ୍ଷାବଳ ଦକ୍ଷିଣ ବଜୀରିସ୍ତାନ ଜିଲ୍ଲାର ସରୌଦ୍ଧା ଅଞ୍ଚଳରେ ଏକ ସର୍ଚ୍ଚ ଅପରେସନ୍ କରିଥିଲା । ଏଥିରେ ତାଲିବାନଙ୍କ ଗୁଳିରେ ମେଜର ଶାହ ଏବଂ ଲାନ୍ସ ନାୟକ ଜିବରାନଙ୍କର ପ୍ରାଣ ହରାଇଛନ୍ତି । ମେଜର ଶାହକୁ ପାକିସ୍ତାନ ସଂସଦରେ ଶ୍ରଦ୍ଧାଞ୍ଜଳୀ ଦିଆଯାଇଛି ।
୨୭ ଫେବୃୟାରୀ ୨୦୧୯ରେ ମିଗ-୨୧ ଯୁଦ୍ଧ ବିମାନ ଚଳାଉଥିବା ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନ ଏକ ପାକିସ୍ତାନର ଏଫ୍-୧୬ ବିମାନର ପିଛା କରି ଗୁଳି କରି ଖସାଇଦେଇଥିଲେ । କିନ୍ତୁ ଏହାରି ମଧ୍ୟରେ ସେ ପାକିସ୍ତାନର ସୀମାକୁ ଚାଲିଯାଇଥିଲେ । ଅଭିନନ୍ଦନଙ୍କ ପାକ୍ ସେନା ଅଧିକାରୀ ଆବ୍ବାସ୍ ଧରିଥିଲେ । ଯାହା ପରେ ସେ ଚର୍ଚ୍ଚାକୁ ଆସିଥିଲେ ।