ନୂଆଦିଲ୍ଲୀ: ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଳାଙ୍କୁ ଆନ୍ତର୍ଜାତୀୟ ମହାକାଶ କେନ୍ଦ୍ରକୁ ନେଇ ଯାଉଥିବା ଆକ୍ସିଅମ୍-୪ ମିଶନ ପାଇଁ ଏବେ ନୂଆ ତାରିଖ ଘୋଷଣା କରିଛି । ୬ ଥର ସ୍ଥଗିତ ହେବା ପରେ, ଆନ୍ତର୍ଜାତୀୟ ମହାକାଶ ଷ୍ଟେସନକୁ ଯାତ୍ରା ପାଇଁ ଜୁନ୍ ୨୫ ଅର୍ଥାତ୍ ଆସନ୍ତାକାଲି ପାଇଁ ମିଶନର ଯାତ୍ରା ସ୍ଥିର କରାଯାଇଛି। ଏହି ମିଶନକୁ ଫ୍ଲୋରିଡାର କେନେଡି ସ୍ପେସ୍ ସେଣ୍ଟରରୁ ଉତକ୍ଷେପଣ କରାଯିବ। ନାସା ଅନୁଯାୟୀ, ଜୁନ୍ ୨୫ ତାରିଖରେ ଭାରତୀୟ ସମୟ ଅନୁସାରେ ଦିନ ୧୨:୧୦ ରେ ଆକ୍ସିଅମ୍ ମିଶନ୍ ୪ ଉତକ୍ଷେପଣ କରାଯିବ। ଏହା ଚତୁର୍ଥ ଘରୋଇ ମହାକାଶଚାରୀ ମିଶନ। ଏହାକୁ ୬ ଥର ସ୍ଥଗିତ ରଖାଯାଇଛି। ପୂର୍ବରୁ ଏହି ମିଶନକୁ ମେ ୨୯ ତାରିଖରେ ଆରମ୍ଭ କରାଯିବାର ଯୋଜନା ଥିଲା, କିନ୍ତୁ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏହାକୁ ସ୍ଥଗିତ ରଖାଯାଇଥିଲା।
ମିଶନକୁ ଏପର୍ଯ୍ୟନ୍ତ ୬ ଥର ରଖାଯାଇଛି ସ୍ଥଗିତ
ଆକ୍ସିଅମ୍-୪ ମିଶନକୁ ଏପର୍ଯ୍ୟନ୍ତ ଛଅ ଥର ସ୍ଥଗିତ ରଖାଯାଇଛି। ପୂର୍ବରୁ ଏହି ମିଶନ ୨୯ ମଇରେ ଆରମ୍ଭ ହେବାର ଥିଲା କିନ୍ତୁ ପାଗ ଯୋଗୁଁ ଏହାକୁ ୮ ଜୁନ୍ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଥିଲା। ପରେ, ଫାଲକନ୍-୯ ରକେଟ୍ର ବୁଷ୍ଟରରେ ତରଳ ଅମ୍ଳଜାନ ଲିକ୍ ହେବା ଯୋଗୁଁ ତାରିଖକୁ ଜୁନ୍ ୧୦ ଏବଂ ତା'ପରେ ଜୁନ୍ ୧୧କୁ ଘୁଞ୍ଚାଇ ଦିଆଯାଇଥିଲା। ପରବର୍ତ୍ତୀ ସମୟରେ, ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏହାକୁ ଜୁନ୍ ୧୯ ଏବଂ ପରେ ଜୁନ୍ ୨୨ କୁ ଘୁଞ୍ଚାଇ ଦିଆଯାଇଥିଲା। ଏତେଥର ସ୍ଥଗିତ ରଖାଯିବା ପରେ ଆସନ୍ତାକାଲି ସଫଳତା ପୂର୍ବକ ମିଶନ ଲଞ୍ଚ ହେଉ ବୋଲି ସମସ୍ତ ଭାରତୀୟ ଆଶା ରଖିଛନ୍ତି ।
କେଉଁ ଦେଶରୁ କିଏ ସାମିଲ ?
ଭାରତ, ପୋଲାଣ୍ଡ ଓ ହେଙ୍ଗେରୀ ପାଇଁ ଏହି ମିଶନ୍ ଐତିହାସିକ କୁହାଯାଉଛି। କାରଣ ଏହି ଦେଶମାନଙ୍କର ମହାକାଶ ଯାତ୍ରୀଙ୍କୁ ପ୍ରଥମ ଥର ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରକୁ ପଠାଯିବ। ମିଶନ୍ ରେ ସାମିଲ ୪ ମହାକାଶଚାରୀ ବର୍ତ୍ତମାନ ଫ୍ଲୋରିଡାର ଅଛନ୍ତି। ମିଶନ୍ ରେ ଭାରତର ଶୁଭାଂଶୁ ଶୁକ୍ଳା ଅଛନ୍ତି। ସେ ଇସ୍ରୋ ପକ୍ଷରୁ ପାଇଲଟ୍ ଭୂମିକା ତୁଲାଇବେ। ମିଶନ୍ ର ଅବଧି ୧୪ ଦିନ ରହିବ। ଏଥିରେ ମହାକାଶ ଯାତ୍ରୀ ସ୍ପେସ୍ ଷ୍ଟେସନ୍ ରେ ରହି ବୈଜ୍ଞାନିକ ପ୍ରୟୋଗର ଅନୁସନ୍ଧାନରେ ଭାଗ ନେବେ। ଭାରତର ମହାକାଶ ଯାତ୍ରା ଗଗନଯାନ ପାଇଁ ଏହି ମିଶନ୍ ଗୁରୁତ୍ୱପୂର୍ଣ୍ଣ ହେବ।