ନୂଆଦିଲ୍ଲୀ: ଇରାନ ଓ ଇରାକ ମଧ୍ୟରେ ଯୁଦ୍ଧ ଏବେ ଆହୁରି ଭୀଷଣ ରୂପ ନେବାକୁ ଯାଉଛି । ଇରାନର ଆଣବିକ ଘାଟି ଉପରେ ଆମେରିକାର ବୋମା ମାଡ ପରେ ଏବେ ଇରାନ ଆମେରିକା ବିରୁଦ୍ଧରେ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଇରାନ କାତାରରେ ଥିବା ଆମେରିକୀୟ ସାମରିକ ଘାଟି ଅଲ-ଉଦେଦକୁ ଟାର୍ଗେଟ କରିଛି। ଆମେରିକା ଏହାର ତିନୋଟି ପ୍ରମୁଖ ପରମାଣୁ ଘାଟି ଉପରେ ବୋମା ପକାଇବାର କିଛି ଦିନ ପରେ ଇରାନ ଏହି କା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।
କାତାରରେ ଅବସ୍ଥିତ ଆମେରିକୀୟ ସାମରିକ ଘାଟି ଅଲ-ଉଦେଦ ଉପରେ ଆକ୍ରମଣ କରିବା ପରେ ଇରାନ ସଶସ୍ତ୍ର ବାହିନୀ ଏକ ବିବୃତ୍ତି ଜାରି କରିଛି। ବିବୃତ୍ତିରେ, ଇରାନ ସଶସ୍ତ୍ର ବାହିନୀ କହିଛି, "ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ ଅପରେସନ ବଶାରତ ଫତାହ ଆଧାରରେ ଶକ୍ତିଶାଳୀ ଏବଂ ବିନାଶକାରୀ କ୍ଷେପଣାସ୍ତ୍ର ସହିତ କାତାରରେ ଆମେରିକୀୟ ସେନାର ଅଲ-ଉଦେଦ ଘାଟି ଉପରେ ଆକ୍ରମଣ କରିଛି। ଏହି ଘାଟି ହେଉଛି ଆମେରିକୀୟ ବାୟୁସେନାର ମୁଖ୍ୟାଳୟ ଏବଂ ପଶ୍ଚିମ ଏସିଆ କ୍ଷେତ୍ରରେ ଆମେରିକୀୟ ଆତଙ୍କବାଦୀ ସେନାର ସବୁଠାରୁ ବଡ଼ ରଣନୈତିକ ସମ୍ପତ୍ତି।"
ଇରାନୀ ସେନା ଆମେରିକାର ହ୍ୱାଇଟ୍ ହାଉସ୍ ଏବଂ ଏହାର ସହଯୋଗୀମାନଙ୍କୁ ଏକ ବାର୍ତ୍ତା ଦେଇ କହିଛି, ଯେ "ଇରାନ ଏହାର କ୍ଷେତ୍ରୀୟ ଅଖଣ୍ଡତା, ସାର୍ବଭୌମତ୍ୱ ଏବଂ ଜାତୀୟ ସୁରକ୍ଷା ଉପରେ ଉଠିଥିବା ପ୍ରଶ୍ନର ଉତ୍ତର ନ ଦେଇ ଛାଡିବ ନାହିଁ । କାତାରରେ ଥିବା ଆମେରିକୀୟ ସାମରିକ ବିମାନବନ୍ଦର ଉପରେ ଇରାନୀ ସଶସ୍ତ୍ର ବାହିନୀ ଦ୍ୱାରା ଆକ୍ରମଣ ପରେ ଇରାନର ସର୍ବୋଚ୍ଚ ଜାତୀୟ ସୁରକ୍ଷା ପରିଷଦ ମଧ୍ୟ ଏକ ବିବୃତ୍ତି ଜାରି କରିଛି।
ସୁରକ୍ଷା ପରିଷଦ ଏହାର ବିବୃତ୍ତିରେ କହିଛି, "ଇରାନ କାତାରର ଅଲ-ଉଦେଦ ଆମେରିକୀୟ ସାମରିକ ବିମାନବନ୍ଦର ଉପରେ ଏକ ଶକ୍ତିଶାଳୀ ଏବଂ ବିନାଶକାରୀ ଆକ୍ରମଣ କରିଛି। ଏହା ସହରାଞ୍ଚଳରୁ ଦୂରରେ ଅବସ୍ଥିତ ଏବଂ ଏହି ଆକ୍ରମଣ ଆମର ଅନ୍ୟ ବନ୍ଧୁ ଏବଂ ଭାଇଚାରା ଦେଶମାନଙ୍କ ପାଇଁ କୌଣସି ବିପଦ ସୃଷ୍ଟି କରେ ନାହିଁ।"