ଇରାନ୍ ର ପରମାଣୁ କେନ୍ଦ୍ର ଉପରେ ଆକ୍ରମଣ ପରେ ଏବେ ଆମେରିକା ନିଜ ନାଗରିକଙ୍କୁ ଅଧିକ ସର୍ତକ ରହିବାକୁ ଚେତାବନୀ ଜାରି କରିଛି। ଆମେରିକାର ବୈଦେଶିକ ବିଭାଗ ‘ବିଶ୍ୱବ୍ୟାପି ସର୍ତକ ସୂଚନା’ ଜାରି କରିଛି। ତେବେ ଏହି ସୁରକ୍ଷା ସର୍ତକତା ଭିତରେ ବିଦେଶରେ ରହୁଥିବା ଆମେରିକାର ନାଗରିକଙ୍କୁ ଅଧିକ ସାବଧାନ ରହିବାକୁ କୁହାଯାଇଛି। ଯେଉଁଥିରେ ଦେଶ ମଧ୍ୟରେ “ସମ୍ଭାବ୍ୟ ଆକ୍ରମଣ ତଥା ହିଂସା” ବିଷୟରେ ଚେତାବନୀ ଦିଆଯାଇଛି। ଆମେରିକାର ଗୃହ ସୁରକ୍ଷା ବିଭାଗ (ଡିଏଚଏସ) ଦ୍ୱାରା ଏହା ଜାରି କରାଯାଇଛି।
ଗତକାଲି(ରବିବାର) ଇରାନର ତିନୋଟି ପ୍ରମୁଖ ପରମାଣୁ ସ୍ଥାନ ଉପରେ ଆମେରିକାର ସେନା ଆକ୍ରମଣ କରିଥିଲା। ଆକ୍ରମଣ କରିବାର ଗୋଟିଏ ଦିନ ପରେ ଏହା ଇରାନ ପ୍ରତିଶୋଧ ମୁଖା ହୋଇଛି। ଏନେଇ ଆମେରିକା ନିଜ ନାଗରିକଙ୍କୁ କୁହାଯାଇଛି। ତେବେ ଦେଶ ଭିତରେ ସାଇବର ଆକ୍ରମଣ, ପ୍ରତିଶୋଧମୂଳକ ହିଂସା ଏବଂ ଘରୋଇ ଉଗ୍ରବାଦୀ କାର୍ଯ୍ୟକଳାପ ହୋଇପାରେ।
ସୂଚନା ଅନୁଯାୟୀ, ଇରାନ ସମର୍ଥକ ହ୍ୟାକ୍ଟିଭିଷ୍ଟଙ୍କ ଦ୍ୱାରା ଆମେରିକୀୟ ନେଟୱାର୍କ ବିରୁଦ୍ଧରେ ନିମ୍ନ ସ୍ତରୀୟ ସାଇବର ଆକ୍ରମଣ ହେବାର ସମ୍ଭାବନା ଅଛି। ଇରାନ ସରକାରଙ୍କ ସହ ଜଡିତ ସାଇବର ହ୍ୟାକର୍ସ ଆମେରିକୀୟ ନେଟୱାର୍କକୁ ଆଟାକ କରିପାରନ୍ତି ବୋଲି ଡିଏଚଏସ ବୁଲେଟିନରେ କୁହାଯାଇଛି।
ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧରେ ଆମେରିକାର ପ୍ରବେଶ ପରେ ପରିସ୍ଥିତି ଆହୁରି ଖରାପ ହୋଇଛି। ରବିବାର ସକାଳେ ଆମେରିକା ଇରାନର ତିନୋଟି ପରମାଣୁ ସ୍ଥଳ ଉପରେ ଆକ୍ରମଣ କରିଥିଲା। ଆମେରିକାର ଆକ୍ରମଣ ପରେ, ଇରାନ ଏବେ ସିଧାସଳଖ ଆମେରିକାକୁ ଧମକ ଦେଇ ଜବାବ ଦେଇଛି ଏବଂ କହିଛି ଯେ ଏହାର ସମସ୍ତ ନାଗରିକ ଏବଂ ସୈନିକ ତେହେରାନର ଟାର୍ଗେଟ। ଇରାନର ସରକାରୀ ଟିଭି ଦେଶର ତିନୋଟି ପରମାଣୁ ସ୍ଥାନ ଉପରେ ହୋଇଥିବା ଆକ୍ରମଣ ଉପରେ ପ୍ରତିକ୍ରିୟା ଦେଇ କହିଛି ଯେ 'ଏବେଠାରୁ ଏହି ଅଞ୍ଚଳର ପ୍ରତ୍ୟେକ ଆମେରିକୀୟ ନାଗରିକ ଏବଂ ସୈନିକ ଏକ ବୈଧ ଟାର୍ଗେଟ ହେବେ।'
ମଧ୍ୟପ୍ରାଚ୍ୟରେ ୪୦,୦୦୦ ଆମେରିକୀୟ ସୈନ୍ୟ
ଆମେରିକା ଆକ୍ରମଣର କିଛି ଘଣ୍ଟା ପୂର୍ବରୁ ଇରାନ ପ୍ରତିରକ୍ଷା ମନ୍ତ୍ରୀ ଅଜିଜ ନାସିରଜାଦେହ ଆକ୍ରମଣ କଲେ ଆମେରିକାକୁ ଗମ୍ଭୀର ପରିଣାମ ଭୋଗିବାକୁ ପଡ଼ିବ ବୋଲି ଧମକ ଦେଇଥିଲେ। ଇରାନ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି, 'ସମସ୍ତ ଆମେରିକୀୟ ଘାଟି ଆମ ପାଖରେ ଅଛି ଏବଂ ଯଦି ଆମେରିକା ଆକ୍ରମଣ କରେ, ତେବେ ଆମେ ସାହସର ସହିତ ସେମାନଙ୍କୁ ଟାର୍ଗେଟ କରିବୁ।' ବର୍ତ୍ତମାନ ମଧ୍ୟପ୍ରାଚ୍ୟରେ ପ୍ରାୟ ୪୦,୦୦୦ ଆମେରିକୀୟ ସୈନ୍ୟ ସେନା ଶିବିରରେ କାର୍ଯ୍ୟରତ ଅଛନ୍ତି, ଯାହା ସାଧାରଣ ଅପେକ୍ଷା ୧୦,୦୦୦ ଅଧିକ। ଏହି ଘାଟିଗୁଡ଼ିକ ଇରାନର କ୍ଷେପଣାସ୍ତ୍ରର ସିଧାସଳଖ ପରିସର ମଧ୍ୟରେ ଅଛି।
ଏହି ସମୟରେ, ଇରାନ ପର୍ସିଆନ ଉପସାଗରକୁ ଆରବ ସାଗର ସହିତ ସଂଯୋଗ କରୁଥିବା ସଂକୀର୍ଣ୍ଣ ଜଳପଥ ହର୍ମୁଜ ଷ୍ଟ୍ରେଟ (Strait of Hormuz) କୁ ବନ୍ଦ କରିବାକୁ ଧମକ ଦେଇଛି, କିନ୍ତୁ ଏହି ବିପଦ ବିଶ୍ୱର ଅନେକ ଦେଶକୁ ଚାପ ପକାଇଛି, ଯେଉଁଥିରେ ଆମେରିକା ମଧ୍ୟ ସାମିଲ। ଏଥିପାଇଁ ଆମେରିକା ଚାଇନାକୁ ଅନୁରୋଧ କରିଛି।