ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ୬ଟି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ରେ ଅନୁମୋଦନ ମିଳିଛି ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ । ରାଜ୍ୟ କ୍ୟାବିନେଟ୍ରେ ଶିକ୍ଷାନୁଷ୍ଠାନରେ ନୂଆ ସଂରକ୍ଷଣ ଲାଗୁ ପାଇଁ ନିଷ୍ପତ୍ତି ନିଆଯାଇଛି । ଆର୍ଥିକ ଦୃଷ୍ଟିରୁ ପଛୁଆ ବର୍ଗର ପିଲାମାନଙ୍କ ପାଇଁ ଏହି ସୁବିଧା ଉପଲବ୍ଧ । ଅନୁସୂଚିତ ଜାତି ଓ ଜନଜାତିଙ୍କ ପାଇଁ ଯାହା ସଂରକ୍ଷଣ ପୂର୍ବରୁ ଥିଲା ତାହା ବଳବତ୍ତର ରହିବ। ଚଳିତ ଶିକ୍ଷା ବର୍ଷରୁ ସାମାଜିକ ଓ ପଛୁଆ ବର୍ଗ ପାଇଁ ନାମ ଲେଖାରେ ୧୧.୨୫% ସଂରକ୍ଷଣ ଲାଗୁ ହେବ । ଏହି ସଂରକ୍ଷଣ ଉଚ୍ଚ ମାଧ୍ୟମିକ ଓ ଧନ୍ଦାମୂଳକ ଶିକ୍ଷା ପାଇଁ ବି ଲାଗୁ କରାଯିବ । ଏହା ଓଡ଼ିଆ ଭାଷା ସାହିତ୍ୟ, BPED, MPED ପାଇଁ ବି ଲାଗୁ ହେବ ।
ଏହା ସବୁ ସରକାରୀ ବିଶ୍ବବିଦ୍ୟାଳୟ, ଉଚ୍ଚ ଶିକ୍ଷାନୁଷ୍ଠାନ ପାଇଁ ଲାଗୁ ହେବ । ସ୍ନାତକ, ସ୍ନାତକୋତ୍ତର, ଶିକ୍ଷକ ଶିକ୍ଷା କ୍ଷେତ୍ରରେ ଲାଗୁ କରାଯିବ । ଏହା ସହିତ ଅନୁସୂଚିତ ଜନଜାତି ବର୍ଗର ଛାତ୍ରଛାତ୍ରୀ ମାନଙ୍କ ଲାଗି ୨୨.୫%, ଅନୁସୂଚିତ ଜାତି ବର୍ଗର ଛାତ୍ରଛାତ୍ରୀ ମାନଙ୍କ ଲାଗି ୧୬.୨୫%, ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ଛାତ୍ରୀ ମାନଙ୍କ ଲାଗି ୫% ଓ ପୂର୍ବତନ ସେନାନୀଙ୍କ ପରିବାର ସଦସ୍ୟଙ୍କ ଲାଗି ୧% ଆସନ ସଂରକ୍ଷଣ କରାଯିବ।
ମମତା ଓ ମାତୃ ବନ୍ଦନା ଯୋଜନା କାର୍ଯ୍ୟକାରୀ ପାଇଁ ମଧ୍ୟ ନିଷ୍ପତ୍ତି ନିଆଯାଇଛି । ଝିଅ ଜନ୍ମ ହେଲେ ମା'କୁ ୧୨ ହଜାର ଆଉ ପୁଅ ଜନ୍ମ ହେଲେ ୧୦ ହଜାର ଟଙ୍କା ମିଳିବ ।