ବାଲେଶ୍ୱର: ରାତି ଅଧିଆ ଖଣି ବିଭାଗର ଚଢ଼ାଉ । ଗୋଟିଏ ଜେସିବି ଗୋଟିଏ ହାଇଓ୍ବା ଡମ୍ପର ଜବତ । ଜଳେଶ୍ଵର ଥାନା ଅନ୍ତର୍ଗତ ଶିଖରପୁରୁଠାରେ ସୁବର୍ଣ୍ଣରେଖା ନଦୀରୁ ବେଆଇନ୍ ବାଲି ଉତ୍ତୋଳନ କରି ନଦୀପଠାରେ ଷ୍ଟକ କରି ବାଲି ଚୋରା ଚାଲାଣ ବେଳେ ଖବର ପାଇ ଖଣି ବିଭାଗର ଜୁନିଅର ଅଧିକାରୀ ଜିତେନ୍ଦ୍ର ଦାସ ପହଞ୍ଚି ଗୋଟିଏ ଜେସିବି , ଗୋଟିଏ ହାଇଓ୍ବା ଡମ୍ପର ଜବଦ କରିଥିଲେ ।
ଏହି ଘଟଣାରେ ଜୁନିୟର ଖଣି ଅଧିକାରୀ ଜିତେନ୍ଦ୍ର କୁମାର ଦାସଙ୍କ ସମେତ ସତ୍ୟ ଚିନ୍ମୟ ଜେନା ଓ ଜଳେଶ୍ୱର ପୋଲିସ ମିଳିତ ଭାବେ ଏକ ଏନଫୋର୍ସମେଣ୍ଟ ଟିମ ଉପସ୍ଥିତ ଥିଲେ । ଦୀର୍ଘଦିନ ଧରି ସୁବର୍ଣ୍ଣରେଖା ନଦୀରୁ ମାଫିଆ ମାନେ ଶହ ଶହ ଟ୍ରିପ ବାଲି ଉତ୍ତୋଳନ କରି ରାତି ଅଧିଆ ଚୋରା ଚାଲାଣ ହେଉଥିଲା । ଏଭଳି ଅଚାନକ ରାତି ଅଧିଆ ରେଡକୁ ନେଇ ଚୋରା ବାଲିମାଫିଆଙ୍କ ଭିତରେ ଭୟ ସୃଷ୍ଟି ହେଇଛି । ଖଣି ବିଭାଗ ଘଟଣାର ତଦନ୍ତ ଜାରି କରିଛି ।