ଭୁବନେଶ୍ୱର :ରାଜ୍ୟରେ କଲବଲ କରୁଛି ତାତି ଆଜି ବିଭିନ୍ନ ସ୍ଥାନରେ ଛାରଖାର କରିବ କାଳବୈଶାଖୀ। ଅଧାରୁ ଅଧିକ ଓଡ଼ିଶାରେ କାଳବୈଶାଖୀର ସମ୍ଭାବନା ରହିଛି। ଏନେଇ ଖୋର୍ଦ୍ଧା, ପୁରୀ , କଟକ , ଜଗତସିଂହପୁର, ଭଦ୍ରକ , ବାଲେଶ୍ୱର , ମୟୂରଭଞ୍ଜ , କେନ୍ଦୁଝର , କେନ୍ଦ୍ରାପଡ଼ା , ଯାଜପୁର , ନୟାଗଡ଼ , ଗଞ୍ଜାମ , ଗଜପତି , ରାୟଗଡ଼ା , କୋରପୁଟ , ମାଲକାନଗିରି , ନବରଙ୍ଗପୁର , ନୂଆପଡ଼ା , କଳାହାଣ୍ତି ଓ ବଲାଙ୍ଗୀର ଏପରି ୨୦ ଜିଲ୍ଲାକୁ କାଳବୈଶାଖୀ ସତର୍କତା ନେଇ ପାଣିପାଗ ବିଭାଗ ୟେଲୋ ୱର୍ଣ୍ଣି ଜାରି କରିଛି।ଘଡ଼ଘଡ଼ି ବର୍ଷା ସହ କିଛି ସ୍ଥାନରେ ୫୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି।
ସେହିପରି ଗୁରୁବାର ୪ଟି ଜିଲ୍ଲା ଯଥା ମାଲକାନଗିରି, କୋରାପୁଟ, ରାୟଗଡ଼ା ଓ ଗଜପତିରେ କାଳବୈଶାଖୀ ବର୍ଷାର ସମ୍ଭାବନା ରହିଛି। ଅନ୍ୟପଟେ ରାଜ୍ୟର ବିଭିନ୍ନ ଜିଲ୍ଲାରେ କଲବଲ କରିବ ତାତି। ଦିନର ତାପମାତ୍ରା ୨ରୁ ୩ ଡିଗ୍ରୀ ଯାଏ ବୃଦ୍ଧି ପାଇବାର ସମ୍ଭାବନା ଥିବା କହିଛି ପାଣିପାଗ ବିଭାଗ ।