ଭୁବନେଶ୍ୱର: ପୁଣି ରାଜଧାନୀ ଭୁବନେଶ୍ୱରରେ ଚାରି ବର୍ଷ ଶିଶୁ ପୁତ୍ରକୁ ଚୋରି କରାଯାଇଥିଲା । ଏନେଇ ପରିବାର ଲୋକେ ସହିଦଦଗର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗର କିଛି ଘଣ୍ଟା ମଧ୍ୟରେ ପୋଲିସ ଶିଶୁକୁ ଉଦ୍ଧାର କରିବା ସହିତ ଅଭିଯୁକ୍ତକୁ ଗିରଫ କରିଛି । ଅଭିଯୁକ୍ତ ଜଣକ ପୁଅର ଧରମ ମାମୁଁ ବୋଲି ପରିଚୟ ମିଳିଛି ।
ସୂଚନା ଅନୁସାରେ, ଗରିତା ସିଂ ତାଙ୍କ ପରିବାର ସ୍ୱାମୀ ଓ ପୁଅ ସହିତ ଭୋଇ ନଗରରେ ରହୁଥିଲେ । ଗରିତା ସିଂ ତାଙ୍କ ଘରକୁ ଧରମ ଭାଇ ଅଭିଷେକ ଦିଗଲ ଓରଫ ସୋନୁକୁ ନିମନ୍ତ୍ରଣ କରିଥିଲେ । ସେ ଘରକୁ ଆସିଥିଲେ । ଏହି ସମୟରେ ତାଙ୍କୁ ଚାରି ବର୍ଷର ପୁଅ ବାହାରେ ଖେଳୁଥିଲା । ଧରମ ମାମୁଁ ଅଭିଷେକ ପୁଅକୁ ନେଇ କୁଆଡେ ପଳାଇଥିଲା । ଏନେଇ ପରିବାର ଲୋକଙ୍କୁ କୌଣସି ଖବର ମଧ୍ୟ ଦିଆଯାଇନଥିଲା । ବହୁ ସମୟ ପରେ ପୁଅକୁ ପରିବାର ଲୋକେ ନ ପାଇବାରୁ ସହିଦଦଗର ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୋଲିସ ଏକ ସ୍ୱତନ୍ତ୍ର ଟିମ ଗଠନ କରି ଘଟଣାର ତଦନ୍ତ ଜାରି କରିଥିଲା । ପୋଲିସର ତନାଘନା ଯାଞ୍ଚ ପରେ ମାତ୍ର କିଛି ଘଣ୍ଟାରେ ପୋଲିସ ଶିଶୁକୁ ସାଲିଆ ସାହିରୁ ଉଦ୍ଧାର କରିଥିଲା । ପୋଲିସ ଏହି ଘଟଣାରେ ଅଭିଯୁକ୍ତ ଧରମ ମାମୁଁକୁ ଗିରଫ କରି ଘଟଣା ସମ୍ପର୍କରେ ପଚରାଉଚରା କରୁଛି ।