ପାରାଦ୍ବୀପ : ପାରାଦ୍ବୀପ ବନ୍ଦରରେ ୨୧ ପାକିସ୍ତାନୀ ନାଗରିକ । ଦକ୍ଷିଣ କୋରିଆରୁ ୧୩୫ ଟନ୍ ଅଶୋଧିତ ତୈଳ ନେଇ ପାରାଦ୍ବୀପକୁ ଆସିବାକୁ ଥିବା ଜାହାଜରେ ଏହି ପାକିସ୍ତାନୀ ନାଗରିକ ମାନେ ରହିଥିବା ସୂଚନା ରହିଛି । ପାରାଦୀପ ଉପକୂଳ ଠାରୁ ୨୦ କିମି ଦୂରରେ ଥିବା ସିଙ୍ଗଲ ପଏଣ୍ଟ ମୋରିଂ ସିଷ୍ଟମରେ ଲାଗିବ ଏହି ଜାହାଜ । ପାରାଦ୍ବୀପ ଏସ୍.ପି.ଏମ୍ ବର୍ଥ ରେ ଲାଗିବ ଏମ୍.ଭି. ତୈଳବାହୀ ଜାହାଜ 'ଏକତଟି ସିରେନ୍ -୨-' । ତେବେ ଜାହାଜରୁ ତୈଳ କଢାଯିବା ପର୍ଯ୍ୟନ୍ତ ବନ୍ଦର ପ୍ରଶାସନ , ଇମିଗ୍ରେସନ, କୋଷ୍ଟଗାର୍ଡ ଓ ମେରାଇନ ପୋଲିସ ତରଫରୁ ସତର୍କତା ଅବଲମ୍ବନ କରାଯିବ । ପାକିସ୍ତାନୀ ନାଗରିକଙ୍କ ଉପରେ ସ୍ବତନ୍ତ୍ର ନଜର ରଖାଯିବ । ଜାହାଜ ଲାଗିବା ନେଇ ପାରାଦୀପ ବନ୍ଦର ଡିଟିଆର୍ (ଡେଲି ଟ୍ରାଫିକ ରିପୋର୍ଟ )' ରୁ ସୂଚନା ରହିଛି ।