ଭୁବନେଶ୍ୱର : ଖୁବଶୀଘ୍ର ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ । ସମସ୍ତ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ରହିଛି । ଯାହା ଆବଶ୍ୟକ ମୂଳକ ପଦକ୍ଷେପ ବିଭାଗ ପକ୍ଷରୁ ନିଆଯାଉଛି । ଚଳିତ ମାସ ଶେଷରେ ଫଳ ପ୍ରକାଶପାଇବା । ଏନେଇ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି । ତେବେ ମାଟ୍ରିକ ପରୀକ୍ଷା ଭଳି ଯୁକ୍ତ ଦୁଇ ପରୀକ୍ଷା ଫଳ ମଧ୍ୟ ସନ୍ତୋଷ ଜନକ ହେବ ବୋଲି ଆଶା ରଖିଥିବା କହିଛନ୍ତି ମନ୍ତ୍ରୀ।
ତେବେ ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ ନେଇ କୌଣସି ତାରିଖ CHSE ପକ୍ଷରୁ ପ୍ରକାଶ କରାଯାଇନାହଁ । ଚଳିତ ବର୍ଷ ମାର୍ଚ୍ଚ ୨୭ ତାରିଖରେ ପରୀକ୍ଷା ସରିବାପରେ ଏପ୍ରିଲ ୨ ତାରିଖରୁ ୧୨୭୬ଟି କେନ୍ଦ୍ରରେ ପରୀକ୍ଷା ଖାତା ମୂଲ୍ୟାୟନ କରାଯାଇଥିଲା ।