ବାଲେଶ୍ୱର : ଭାରତ-ପାକିସ୍ତାନ ହାମଲା ପରେ ବାଲେଶ୍ୱର ତାଳସାରିରେ ସୁରକ୍ଷା ବ୍ୟବସ୍ଥା କଡାକଡ଼ି କରାଯାଇଛି । ୧୦ ଜଣ ଏସପିଓ କର୍ମଚାରୀ ମୁତୟନ କରାଯାଇଥିବା ବେଳେ ବେଳାଭୂମି ପାଟ୍ରୋଲିଂ ଗାଡ଼ି ନିଯୋଜିତ କରାଯିବା ସହିତ ବେଳାଭୂମିରେ ଏକ ଡ୍ରୋନ ମଧ୍ୟ ପରୀକ୍ଷଣ କରାଯାଇଛି । ତାଳସାରି ଠାରୁ ଜଳ ପଥରରେ ମାତ୍ର ୧୫୦ କିଲୋମିଟର ବାଂଲାଦେଶ ହୋଇଥିବା ବେଳେ ସୁରକ୍ଷା ବ୍ୟବସ୍ଥା କଡାକଡ଼ି କରାଯାଇଛି । ସମୁଦ୍ର ପଥ ଦେଇ କେହି ସନ୍ଦିଗ୍ଧ ବ୍ୟକ୍ତି ବା କୌଣସି ଅନୁପ୍ରବେଶକାରୀ ମାନେ ଆସିବାକୁ ଚେଷ୍ଟା କଲେ ସେ ଦିଗରେ ଏହି ଡ୍ରୋନ କଡା ନଜର ରଖିବ ବୋଲି କୁହାଯାଇଛି । ଏହା ଛଡା ୩ ଜଣ ନ୍ୟାଭି ଅଫିସର ତାଳସାରି ସାମୁଦ୍ରିକ ଥାନାରେ ଓଡ଼ିଶା ସରକାରଙ୍କ ପକ୍ଷରୁ ନିଯୋଜିତ କରାଯାଇଛି ।