ପୁରୀରେ ଅଘଟଣ । ନରେନ୍ଦ୍ର ପୋଖରୀରେ ବୁଡ଼ି ଜଣେ ଯୁବକ ମୃତ । ଆଜି (ବୁଧବାର) ଅପରାହ୍ନରେ ଗାଧେଇବା ବେଳେ ଯୁବକ ଜଣକ ପୋଖରୀରେ ବୁଡ଼ି ନିଖୋଜ ହୋଇଯାଇଥିଲେ । ଏନେଇ ଖବର ପାଇବା ପରେ ଅଗ୍ନିଶମ ବାହୀନି ଘଟଣାସ୍ଥଳରେ ପହଞ୍ଚି ବହୁ ଖୋଜାଖୋଜି କରିଥିଲା । ସର୍ଚ୍ଚ ଅପରେସନରେ ୨ ଜଣ ସ୍କୁବା ଡ୍ରାଇଭର ମଧ୍ୟ ନିୟୋଜିତ ଥିଲେ । ତେବେ ଅଧଘଣ୍ଟାର ସର୍ଚ୍ଚ ଅପରେସନ ପରେ ଅଗ୍ନିଶମ ବାହୀନିଙ୍କ ଦ୍ୱାରା ଯୁବକଙ୍କୁ ଉଦ୍ଧାର କରାଯାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ମୃତ ଯୁବକଙ୍କ ପରିଚୟ ମିଳିପାରିନି ।
ନରେନ୍ଦ୍ର ପୁଷ୍କରିଣୀରେ ଚନ୍ଦନ ଯାତ୍ରା ଲାଗି ଅଗ୍ନିଶମ କର୍ମଚାରୀ ଓ ପୋଲିସ ମୁତୟନ ଥିବା ବେଳେ ଏଭଳି ଅଘଟଣ କିଭଳି ଘଟିଲା ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି l ଗତ ବର୍ଷ ଚନ୍ଦନ ଯାତ୍ରାରେ ଏକ ବଡ଼ ଅଘଟଣ ଘଟିଥିଲା ବାଣ ବିସ୍ଫୋରଣ ରେ ଅନେକ ମୃତାହତ ହୋଇଥିଲେ। ତେବେ ମୂର୍ତ ଚଳିତ ବର୍ଷ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥିଲେ ମଧ୍ୟ ଆଜି ପୁଣି ଏକ ଅଘଟଣ ଘଟିଛି ।