ନୂଆଦିଲ୍ଲୀ: ଶୁଭମନ ଗିଲଙ୍କୁ ଭାରତୀୟ ଟେଷ୍ଟ ଦଳର ନୂଆ ଅଧିନାୟକ ଭାବେ ଦେଖା ଯାଉଛି । କିନ୍ତୁ ଏଥିରେ ଏବେ ବି ପେଞ୍ଚ ରହିଛି । ସବୁଠୁ ବଡ ପ୍ରଶ୍ନ ଗିଲଙ୍କୁ ଅଧିନାୟକ କରାଗଲେ କଣ ଯଶପ୍ରୀତ ବୁମରାଙ୍କ ପ୍ରତି ଅନ୍ୟାୟ ହେବନି ତ । ଏମିତି ସ୍ଥିତି ମୁଖ୍ୟ କୋଚ୍ ଗୌତମ ଗମ୍ଭୀରଙ୍କ ସାମ୍ନାରେ ବଡ ମୁସ୍କିଲ ସ୍ଥିତି ଉତ୍ପନ ହୋଇଛି । କାରଣ ଭାରତୀୟ ଟେଷ୍ଟ ଦଳର ଅଧିନାୟକ ଦୌଡରେ ଯଶପ୍ରୀତ ବୁମରା ସବୁଠୁ ଆଗରେ ଥିଲେ, ମାତ୍ର ସିଡନୀ ଟେଷ୍ଟରେ ସେ ଆହତ ହେବା ସବୁ ସମୀକରଣ ବିଗାଡି ଦେଇଥିଲା । ବୁମରାଙ୍କ ଅନୁପସ୍ଥିତି ଅଷ୍ଟ୍ରେଲିଆ ବିପକ୍ଷ ଅନ୍ତିମ ଟେଷ୍ଟ ଭାରତର ବିଜୟକୁ ଧୂଳିସାତ କରିଥିଲା ।
ଏବେ ବି ପ୍ରସ୍ତୁତ ନୁହନ୍ତି ଶୁଭମନ ଗିଲ୍ ?
ପୂର୍ବତନ ଭାରତୀୟ ଟେଷ୍ଟ ଦଳର ଖେଳାଳି ସଞ୍ଜୟ ମାଞ୍ଜରେକର ନିଜର ଆନୁଷ୍ଠାନିକ ଏକ୍ସ ହ୍ୟାଣ୍ଡେଲରେ ଲେଖିଛନ୍ତି ମୁଁ ଚକିତ ଯେ, ଆମେ ଟେଷ୍ଟ ଅଧିନାୟକ ଭାବେ ବୁମରାଙ୍କ ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ଉପରେ ବିଚାର କରୁଛୁ । ବୁମରାଙ୍କ ଆହତ ସମସ୍ୟାକୁ ନେଇ ସମସ୍ତେ ଚିନ୍ତିତ । ଅନ୍ୟପଟେ ଶୁଭମନ ଗିଲ୍ ଦଳର ନେତୃତ୍ୱ ନେବା ପାଇଁ ଏବେ ବି ପ୍ରସ୍ତୁତ ନୁହନ୍ତି । କିଛି ଦିନେ ପୂର୍ବେ ମୁଖ୍ୟ କୋଚ୍ ଦିଲ୍ଲୀରେ ନୂଆ ଅଧିନାୟକଙ୍କ ସହିତ ଲମ୍ବା ବୈଠକ ପରେ ଚୟନକର୍ତ୍ତା କିମ୍ବା ଗମ୍ଭୀର ନିଜର ଆଭିମୁଖ୍ୟରୁ ପଛକୁ ହଟିବାର ବହୁତ କମ ସମ୍ଭାବନା ରହିଛି ।
ଅନ୍ୟପଟେ ଶୁଭମନ ଗିଲ୍ ଏତେ ଅଳ୍ପ ସମୟରେ ନିଜର ପଦୋନ୍ନତିରେ ଖୁସି ନାହାନ୍ତି । ସେ ନିଜକୁ ବିଶ୍ୱାସ ବି କରି ପାରୁ ନାହାନ୍ତି ଯେ, ତାଙ୍କୁ କେତେ ଗୁରୁତ୍ୱ ଦିଆଯାଉଛି । ଅନ୍ୟପଟେ ବୁମରା ଏବେ ୩୧ ବର୍ଷ ବୟସ ହୋଇ ସାରିଛି । ସବୁଠୁ ବଡ କଥା ବୁମରାଙ୍କ ଫିଟନେସ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜ୍ ପାଇଁ ମୁସ୍କିଲ ହୋଇ ପଡିଛି । ତାଙ୍କର ଫିଟନେସ୍ ହିଁ ତାଙ୍କ ନେତୃତ୍ୱ ପାଇଁ ବଡ ବାଧକ ସାଜିଛି ।