ଗାଜା: ଗାଜାରେ ହମାସର ଘାଟି ଉପରେ ଇସ୍ରାଏଲ କ୍ରମାଗତ ଆକ୍ରମଣ କରୁଛି। ଗାଜର ଖାନ ୟୁନିସରେ ରାତିସାରା ବିମାନ ଆକ୍ରମଣରେ ୮୦ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ଇସ୍ରାଏଲ୍ କ୍ରମାଗତ ଦ୍ୱିତୀୟ ରାତିରେ ପ୍ରବଳ ବୋମାମାଡ଼ ଜାରି ରଖିଥିଲା। ଖାନ ୟୁନିସରେ ଥିବା ନାସିର ହସ୍ପିଟାଲର ମର୍ଚ୍ୟୁରୀକୁ ଅନେକ ମୃତଦେହ ନିଆଯାଉଥିବାର ଦେଖାଯାଇଥିଲା। ମୃତକଙ୍କ ମଧ୍ୟରେ କାତାର ଟେଲିଭିଜନ ନେଟୱାର୍କ ଏଆଇ ଆରବିକ ଟେଲିଭିଜନର ଜଣେ ସାମ୍ବାଦିକ ମଧ୍ୟ ସାମିଲ ଥିଲେ।
ଗାଜାରେ ଇସ୍ରାଏଲୀ ବିମାନ ଆକ୍ରମଣରେ ଅତି କମରେ ୮୦ ଜଣ ପାଲେଷ୍ଟାଇନଙ୍କ ମୃତ୍ୟୁ ଘଟିଥିବା ଏବଂ ଡଜନ ଡଜନ ଆହତ ହୋଇଥିବା ପାଲେଷ୍ଟାଇନ ଡାକ୍ତରୀ ସୂତ୍ର କହିଛି। ଗାଜାସ୍ଥିତ ସ୍ୱାସ୍ଥ୍ୟ ଅଧିକାରୀଙ୍କ ଅନୁଯାୟୀ ୟୁରୋପୀୟ ହସ୍ପିଟାଲ, ଏନକ୍ଲେଭରେ କର୍କଟ ରୋଗୀଙ୍କୁ ଚିକିତ୍ସା ଅନୁସରଣ ସେବା ପ୍ରଦାନ କରୁଥିବା ଏକମାତ୍ର ହସ୍ପିଟାଲ, ଇସ୍ରାଏଲୀ ଆକ୍ରମଣ ଯୋଗୁଁ ସମ୍ପ୍ରତି ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି।
ଅଧିକାରୀମାନେ ଏକ ପ୍ରେସ୍ ବିବୃତ୍ତିରେ କହିଛନ୍ତି ଯେ ଇସ୍ରାଏଲର ଆକ୍ରମଣ ଦ୍ୱାରା ସ୍ୱେରେଜ୍ ଲାଇନ୍ ଭଳି ଭିତ୍ତିଭୂମିକୁ ବହୁତ କ୍ଷତି ପହଞ୍ଚିଛି, ଆଭ୍ୟନ୍ତରୀଣ ବିଭାଗଗୁଡ଼ିକୁ କ୍ଷତି ପହଞ୍ଚିଛି ଏବଂ ହସ୍ପିଟାଲକୁ ଯାଉଥିବା ରାସ୍ତାଗୁଡ଼ିକ ନଷ୍ଟ ହୋଇଯାଇଛି।
ଇସ୍ରାଏଲ ମାର୍ଚ୍ଚ ୧୮ରେ ଗାଜାରେ ଏକ ବଡ଼ଧରଣର ସାମରିକ ଅଭିଯାନ ଆରମ୍ଭ କରିଥିଲା, ଯାହା ଫଳରେ ଦୁଇ ମାସର ଅସ୍ତ୍ରବିରତି ଶେଷ ହୋଇଥିଲା। ଗାଜାର ସ୍ୱାସ୍ଥ୍ୟ ଅଧିକାରୀଙ୍କ ଅନୁଯାୟୀ, ସେବେଠାରୁ ୨,୮୭୬ ପାଲେଷ୍ଟାଇନୀଙ୍କ ମୃତ୍ୟୁ ହୋଇଛି ଏବଂ ୭,୮୦୦ରୁ ଅଧିକ ଆହତ ହୋଇଛନ୍ତି।
ଗାଜର ଖାନ ୟୁନିସରେ ରାତିସାରା ବିମାନ ଆକ୍ରମଣରେ ୫୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ଲଗାତାର ଦ୍ୱିତୀୟ ରାତିରେ ପ୍ରବଳ ବୋମାମାଡ଼ ଜାରି ରହିଲା। ଖାନ ୟୁନିସରେ ଥିବା ନାସିର ହସ୍ପିଟାଲର ମର୍ଚ୍ୟୁରୀକୁ ଅନେକ ମୃତଦେହ ନିଆଯାଉଥିବାର ଦେଖାଯାଇଥିଲା।
ଅଧିକ ପଢ଼ନ୍ତୁ: ଇସ୍କନ ସମ୍ପତ୍ତି ବିବାଦ ମାମଲାରେ ଆଜି ଆସିବ ରାୟ