ନୂଆଦିଲ୍ଲୀ: ସାରା ଦୁନିଆରେ ଆତଙ୍କବାଦର ପୃଷ୍ଠପୋଷକ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ସରିଫକୁ ପୁଣି ଅନ୍ତର୍ଜାତୀୟ ସ୍ତରରେ ଲଜ୍ଜିତ ହେବାକୁ ପଡ଼ିଛି। ନିଜର କାର୍ଯ୍ୟ ଦ୍ଵାରା ସେ ଏହା ପୂର୍ବରୁ ଅନେକ ଥରେ ପାକିସ୍ତାନକୁ ଲଜ୍ଜିତ କରିଛନ୍ତି। ସରିଫ ଏକ ଅନ୍ତର୍ଜାତୀୟ ସମ୍ମିଳନୀରେ ଯୋଗଦେବା ପାଇଁ ତୁର୍କମେନିସ୍ତାନର ରାଜଧାନୀ ଆଶଗାବାତରେ ପହଞ୍ଚିଥିଲେ। ଏଠାରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ତାଙ୍କର ସାକ୍ଷାତ କାର୍ଯ୍ୟକ୍ରମ ଥିଲା। ମାତ୍ର ପୁଟିନ ସରିଫଙ୍କୁ ୪୦ ମିନିଟର୍ ପର୍ଯ୍ୟନ୍ତ ଅପେକ୍ଷା କରାଇ ଦେଇଥିଲେ।
ପ୍ରାୟ ୪୦ ମିନିଟ୍ ପର୍ଯ୍ୟନ୍ତ ପୁଟିନଙ୍କୁ ଅପେକ୍ଷା କରିବା ପରେ, ଶାହବାଜ ସରିଫ ବ୍ୟତିବ୍ୟସ୍ତ ହୋଇ ପଡ଼ିଥିଲେ। ଆଉ ପୁଟିନଙ୍କ ତୁର୍କୀ ରାଷ୍ଟ୍ରପତି ଏର୍ଦୋଗାନଙ୍କ ବୈଠକ ଚାଲିଥିବା ସମୟରେ ରୁମ ଭିତରକୁ ପଶି ଆସିଥିଲେ। ଏହି ସମୟରେ ରୁଷ ରାଷ୍ଟ୍ରପତିଙ୍କ ସହ ସାକ୍ଷାତ କରିଥିଲେ। ରୁଷ ଭାଷାରେ ବିନା ନିମନ୍ତ୍ରଣରେ କୌଣସି ପାର୍ଟି, କାର୍ଯ୍ୟକ୍ରମ କିମ୍ବା ସ୍ଥାକୁ ପଶି ଆସିବା କିମ୍ବା ସାମିଲ୍ ହେବାକୁ ଅନୌପଚାରିକ ବ୍ୟବହାର ବୋଲି କୁହାଯାଏ।
ପୁଟିନ ଏବଂ ଶାହବାଜ ଉଭୟ ତୁର୍କମେନିସ୍ତାନରେ ଏକ ଅନ୍ତର୍ଜାତୀୟ ସମ୍ମିଳନୀରେ ଯୋଗ ଦେଇଛନ୍ତି। ପୁଟିନ ପୂର୍ବରୁ ଫଟୋ ସୁଟ୍ ସମୟରେ ଶାହବାଜଙ୍କୁ ଅଣଦେଖା କରିଥିଲେ। ସେହି ସମୟରେ ପୁଟିନଙ୍କ ପଛରେ ଥିଲେ ଶାହବାଜ। ପରେ ପୁଟିନ ଏବଂ ଶାହବାଜଙ୍କ ମଧ୍ୟରେ ଏକ ଦ୍ୱିପାକ୍ଷିକ ବୈଠକ ସ୍ଥିର ହୋଇଥିଲା। କିନ୍ତୁ ଶାହବାଜଙ୍କୁ ୪୦ମିନିଟ୍ ଅପେକ୍ଷା କରିବାକୁ ପଡିଥିଲା କାରଣ ପୁଟିନ ଏବଂ ଏର୍ଦୋଗାନଙ୍କ ମଧ୍ୟରେ ବୈଠକ ଚାଲିଥିଲା।
ଶେହବାଜ ଅପେକ୍ଷା କରି ରହିଥିଲେ ହେଁ ପୁଟିନ ଆସି ନ ଥିଲେ। ଏହା ପରେ ସରିଫ ଅଚାନକ ଉଠି ନିକଟ କୋଠରୀରେ ହେଉଥିବା ପୁଟିନ ଓ ତୁର୍କୀ ରାଷ୍ଟ୍ରପତି ରେସେପ ତୈୟପ ଏର୍ଦୋଗାନଙ୍କ ରୁଦ୍ଧ ଦ୍ଵାର ବୈଠକୁ ପଶି ଯାଇଥିଲେ। ସେଠାରେ ବି ତାଙ୍କୁ କେହି ବିଶେଷ ଗୁରୁତ୍ଵ ଦେଇ ନ ଥିଲେ। ଆଉ ୧୦ ମିନିଟ୍ ପରେ ସରିଫ ନିରାଶର ସହ ଫେରିବାକୁ ପଡ଼ିଥିଲା।
ଶାହବାଜଙ୍କୁ ଅନେକ ଥର ଅଣଦେଖା କରିଛନ୍ତି ପୁଟିନ୍
ଏହା ପ୍ରଥମ ଥର ନୁହେଁ ଯେବେ ପୁଟିନ୍ ଶାହବାଜଙ୍କୁ ଅଣଦେଖା କରିଛନ୍ତି। ଅଗଷ୍ଟରେ ପୁଟିନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପସ୍ଥିତିରେ ଶାହବାଜଙ୍କୁ ମଧ୍ୟ ଅଣଦେଖା କରିଥିଲେ। ପରେ ଶାହବାଜଙ୍କୁ ପୁଟିନ୍ଙ୍କୁ କହିବାକୁ ପଡିଲା ଯେ ଭାରତ ସହ ଦୃଢ଼ ସମ୍ପର୍କ ଥିଲେ ମଧ୍ୟ ପାକିସ୍ତାନ ସହ ଉତ୍ତମ ସଂପର୍କ ଚାହାନ୍ତି।
Also read:ମୋଦୀ ସରକାର ବଦଳାଇ ଦେଲେ ‘ମନରେଗା’ର ନାଁ, ଦିଆଗଲା ନୂତନ ପରିଚୟ