ୱାଶିଂଟନ: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଦାବି କରି ଘୋଷଣା କରିଛନ୍ତି ଯେ ଆମେରିକୀୟ ସେନା ଏକ ସଠିକ ଏବଂ ଘାତକ ବିମାନ ଆକ୍ରମଣରେ ଭେନେଜୁଏଲାର ସବୁଠାରୁ ଭୟଙ୍କର ଏବଂ ନିଷ୍ଠୁର ଜେଲ ଗ୍ୟାଙ୍ଗ ‘ଟ୍ରେନ୍ ଡି ଆରାଗୁଆ’ର ଶୀର୍ଷ ନେତା ହେକ୍ଟର ରଷ୍ଟେନଫୋର୍ଡ ଗୁରେରୋ ଫ୍ଲୋରେସ୍ ଓରଫ ‘ନିନୋ ଗୁରେରୋ’ ନିପାତ ହୋଇଛି। ଟ୍ରମ୍ପ ଶୁକ୍ରବାର ସନ୍ଧ୍ୟାରେ ସୋସିଆଲ ମିଡିଆ ‘ଟ୍ରୁଥ’ରେ କହିଛନ୍ତି, ମୋର ନିର୍ଦ୍ଦେଶରେ ଆମେରିକା ସେନାର ଦକ୍ଷିଣ କମାଣ୍ଡ ୟୁନିଟ୍ ବିଶ୍ୱର ସବୁଠାରୁ କୁଖ୍ୟାତ ଆତଙ୍କବାଦୀ ସଂଗଠନ ମଧ୍ୟରୁ ଗୋଟିଏ ଟ୍ରେନ୍ ଡି ଆରାଗୁଆର ନେତା ନିନୋ ଗୁରେରୋଙ୍କୁ ନିପାତ କରିବା ପାଇଁ ଏକ ଦ୍ରୁତ ଏବଂ ଘାତକ ଆକ୍ରମଣ କରିଛନ୍ତି। ମୁଁ କ୍ଷମତାକୁ ଫେରିବା ପୂର୍ବରୁ ଜୋ ବିଡେନ ଆମର ଦକ୍ଷିଣ ସୀମାକୁ ଲକ୍ଷ ଲକ୍ଷ ବେଆଇନ ଅପରାଧୀଙ୍କ ପାଇଁ ଖୋଲି ଦେଇଥିଲେ। ଏହି ବିଦେଶୀ ଗ୍ୟାଙ୍ଗକୁ ଆମେରିକୀୟ ନାଗରିକଙ୍କୁ ପଙ୍ଗୁ କରିବା ଏବଂ ହତ୍ୟା କରିବା ପାଇଁ ମୁକ୍ତ ସୁଯୋଗ ଦେଇଥିଲେ।
ମୋର ନିର୍ବାଚନ ପ୍ରଚାର ସମୟରେ ମୁଁ ଏହି ଅପରାଧୀଙ୍କୁ ଆମ ଦେଶରୁ ବାହାର କରିଦେବା ଏବଂ ସେମାନଙ୍କ ଦ୍ୱାରା ହତ୍ୟା କରାଯାଇଥିବା ପରିବାରକୁ ନ୍ୟାୟ ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦେଇଥିଲି। ଏଥିରେ ୧୨ ବର୍ଷୀୟ ଜୋସେଲିନ୍ ନୁଙ୍ଗାରେ ୨୨ ବର୍ଷୀୟ ଲାକେନ୍ ରେଲି ଏବଂ ଅଗଣିତ ଅନ୍ୟ ନିରୀହ ଲୋକ ସାମିଲ ଥିଲେ।
ଟ୍ରମ୍ଫଙ୍କ ଅନୁଯାୟୀ ଏହି କାର୍ଯ୍ୟ ଏହି ସପ୍ତାହର ଆରମ୍ଭରେ ଭେନେଜୁଏଲାର ସହଯୋଗରେ କରାଯାଇଥିଲା। ଟ୍ରମ୍ପ ଆହୁରି ଲେଖିଛନ୍ତି, ଏହି କାର୍ଯ୍ୟ ଭେନେଜୁଏଲାରେ ଆମର ବନ୍ଧୁମାନଙ୍କ ସହଯୋଗରେ କରାଯାଇଥିଲା, ଯେଉଁମାନଙ୍କ ସହିତ ଆମେ ବହୁତ ଭଲ ଭାବରେ କାମ କରୁ। ଫଳସ୍ୱରୂପ, ଟ୍ରେନ୍ ଡି ଆରାଗୁଆର ଆତଙ୍କବାଦୀମାନଙ୍କର ଆଉ ଭେନେଜୁଏଲାରେ କିମ୍ବା ଅନ୍ୟ କୌଣସି ସ୍ଥାନରେ କୌଣସି ନିରାପଦ ଆଶ୍ରୟସ୍ଥଳ ନାହିଁ। ମୋ ନେତୃତ୍ୱରେ, ଆମେ ଯେକୌଣସି ସମୟରେ ଯେକୌଣସି ସ୍ଥାନରେ ଏହି ନିର୍ଦ୍ଦୟ ହତ୍ୟାକାରୀ ଏବଂ ଡ୍ରଗ୍ସ ମାର୍ଡମାନଙ୍କୁ ଖୋଜିବୁ ଏବଂ ସେମାନଙ୍କୁ ନର୍କର ଗଭୀରତାକୁ ପଠାଇବୁ ଯେଉଁଠାରେ ସେମାନେ ଯିବାକୁ ଯୋଗ୍ୟ। ପେଣ୍ଟାଗନ ମୁଖ୍ୟ ପିଟ୍ ହେଗସେଥ୍ ମଧ୍ୟ ନିଶ୍ଚିତ କରିଛନ୍ତି ଯେ ଗୁରେରୋ ଆକ୍ରମଣରେ ପ୍ରାଣ ହରାଇଥିଲେ। ତଥାପି, ଭେନେଜୁଏଲାର ସୂଚନା ମନ୍ତ୍ରଣାଳୟ ଏ ସମ୍ପର୍କରେ ତୁରନ୍ତ କୌଣସି ପ୍ରତିକ୍ରିୟା ଦେଇନାହିଁ।
ଅଧିକ ପଢ଼ନ୍ତୁ: କଲ୍ୟାଣ ବାନାର୍ଜୀଙ୍କୁ ଶାନ୍ତ କରିବାକୁ ଅଭିଷେକଙ୍କ ଉଦ୍ୟମ