ପାରାଦ୍ୱୀପ: ସମୁଦ୍ର ଭିତରକୁ ମାଛ ଧରିବାକୁ ଯିବେ ନାହିଁ ବୋଲି ଚେତାବନୀ ଦେଇଛି ଓଡିଶା ସାମୁଦ୍ରିକ ମତ୍ସ୍ୟ ଉତ୍ପାଦକ ସଂଘ । ଡିଜେଲ ସବସିଡି ପ୍ରଦାନ କରିବାକୁ ଦାବି ସହିତ ଫିସିଙ୍ଗ ହାର୍ବରରେ ବଲ୍କ ଇଣ୍ଡଷ୍ଟ୍ରିଆଲ ମୂଲ୍ୟ ଲାଗୁ କରିବାକୁ ସଂଘ ବିରୋଧ କରିଛି ।
ଓମ୍ଫା ସଭାପତି ଶ୍ରୀକାନ୍ତ ପରିଡ଼ା , ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ସରକାର ଡିଜେଲ ସବସିଡି ପ୍ରଦାନ ପରିବର୍ତ୍ତେ ମାଛଧରା ବନ୍ଦର ମଧ୍ୟରେ ମିଳୁଥିବା ଡିଜେଲ ଖୁଚୁରା ବଜାର ପରିବର୍ତ୍ତେ ଫିସିଙ୍ଗ ହାର୍ବରରେ ବଲ୍କ ଇଣ୍ଡଷ୍ଟ୍ରିଆଲ ମୂଲ୍ୟ ଲାଗୁ କରାଯାଉଛି । ଯାହା ଫଳରେ ୪0 ଟଙ୍କା ଅଧିକ ଦରରେ ଡିଜେଲ୍ କିଣିବାକୁ ବାଧ୍ୟ କରାଯାଉଛି l ବର୍ଷରେ ବିଭିନ୍ନ ସମୟରେ କଟକଣା ସାଙ୍ଗକୁ ଶିଳ୍ପସଂସ୍ଥାରୁ ନିର୍ଗତ ବିଷାକ୍ତ ବର୍ଜ୍ୟ ଜଳ ପ୍ରଭାବରେ ପ୍ରଦୂଷିତ ହୋଇପଡ଼ିଲାଣି ସମୁଦ୍ର ପାଣି, ମାଛ ବଂଶ ଉପକୂଳରୁ ଲୋପ ପାଇବାକୁ ବସିଥିବା ବେଳେ ଅନ୍ୟ ପଟେ ଆନୁସଙ୍ଗିକ ସାମଗ୍ରୀର ଅହେତୁକ ମୂଲ୍ୟବୃଦ୍ଧି ସାଙ୍ଗକୁ ଡିଜେଲର ମୂଲ୍ୟବୃଦ୍ଧି ମତ୍ସ୍ୟଜୀବୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି l
ଅନ୍ୟ ରାଜ୍ୟ ଗୁଡିକରେ ରାଜ୍ୟ ସରକାରଙ୍କ ତରଫରୁ ମତ୍ସ୍ୟଜୀବୀମାନଙ୍କୁ ଡିଜେଲ ସବସିଡି ପ୍ରଦାନ କରାଯାଉଥିବା ବେଳେ ଜାତୀୟ ସ୍ତରରେ ଖ୍ୟାତି ସମ୍ପନ୍ନ ପାରାଦୀପ ମାଛଧରା ବନ୍ଦରର ମତ୍ସ୍ୟଜୀବୀମାନେ ଏଥିରୁ ବଞ୍ଚିତ ହୋଇଛନ୍ତି l ମାଛ ଧରିବା ପାଇଁ ମାଇଲ ଦୁରକୁ ମାଛ ଧରିବାକୁ ଯାଇ ସେମାନେ କ୍ଷତିର ସମ୍ମୁଖୀନ ହେଉଛନ୍ତି । ହେଉଥିବା ମତ୍ସ୍ୟଯିବି ଓ ମତ୍ସ୍ୟଶିଳ୍ପ ଆଜି ବୁଡିଯିବାକୁ ବସିଛି l ଯାହାକୁ ନେଇ ଆଜି ଓଡିଶା ସାମୁଦ୍ରିକ ମତ୍ସ୍ୟ ଉତ୍ପାଦକ ସଂଘ ତରଫରୁ ପ୍ରେସମିଟ ରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ନିବେଦନ କରିବା ସହିତ କ୍ଷୋଭର ସହିତ କୃଷି କ୍ଷେତ୍ର ଭଳି ମତ୍ସ୍ୟଜୀବୀଙ୍କୁ ଡିଜେଲ ସବସିଡି ପ୍ରଦାନ କରିବା ଏବଂ ଫିସିଙ୍ଗ ହାର୍ବରରେ ରହିଥିବା ଆଉଟଲେଟ ମାଧ୍ୟମରେ ସାଧାରଣ ଖୁଚୁରା ଦରରେ ଡିଜେଲ ଯୋଗାଣ କରାଯିବାକୁ ଦାବି ହୋଇଛି । ସାମୁଦ୍ରିକ ମତ୍ସ୍ୟ କ୍ଷେତ୍ରକୁ କୃଷି କ୍ଷେତ୍ରର ସୁବିଧା ଓ ସୁରକ୍ଷା ପ୍ରଦାନ କରିବାରେ ଯଦି ସରକାର ଟାଳଟୁଳ ନୀତି ଅବଲମ୍ବନ କରନ୍ତି ତେବେ ଅନିର୍ଦ୍ଧିଷ୍ଟ କାଳପାଇଁ ପାରାଦୀପରୁ ସମୁଦ୍ରରୁ ମାଛ ଧରିବାକୁ ବର୍ଜନ କରିବାକୁ ଚେତାବନୀ ଦିଆଯାଇଛି l