ଭୁବନେଶ୍ୱର: OJEE ଆଶାୟୀଙ୍କ ପାଇଁ ଆସିଛି ଖୁସି ଖବର। ରାଜ୍ୟର ବିଭିନ୍ନ ବୃତ୍ତିଗତ ପାଠ୍ୟକ୍ରମରେ ଖାଲି ଥିବା ସିଟ୍ ପୂରଣ ପାଇଁ OJEE କମିଟି ସ୍ପେଶାଲ OJEE-୨୦୨୬ ଆୟୋଜନ କରିବାକୁ ଘୋଷଣା କରିଛି।
ଏହି ପ୍ରବେଶିକା ପରୀକ୍ଷା ଆସନ୍ତା ଜୁଲାଇ ୧୩ରୁ ୧୫ ମଧ୍ୟରେ କମ୍ପ୍ୟୁଟର ଆଧାରିତ ପରୀକ୍ଷା (CBT) ମାଧ୍ୟମରେ ଅନୁଷ୍ଠିତ ହେବ। B.Tech, Lateral Entry Engineering, B.Pharm, Basic B.Sc Nursing, MBA ଓ MCA/M.Sc Computer Science ଭଳି କୋର୍ସରେ ନାମଲେଖା ପାଇଁ ଏହି ପରୀକ୍ଷା ହେବ।
ସ୍ପେଶାଲ OJEE ପାଇଁ ଅନଲାଇନ ଆବେଦନ ପ୍ରକ୍ରିୟା ଜୁନ୍ ୧୬ରୁ ଆରମ୍ଭ ହୋଇ ଜୁନ୍ ୨୮ ରାତି ୧୧ଟା ପର୍ଯ୍ୟନ୍ତ ଚାଲିବ। ଇଚ୍ଛୁକ ପ୍ରାର୍ଥୀମାନେ OJEEର ଅଧିକୃତ ୱେବସାଇଟରେ ଆବେଦନ କରିପାରିବେ।
OJEE କମିଟି ସୂଚନା ଦେଇଛି ଯେ, JEE Main ୨୦୨୬ରେ ଯୋଗ୍ୟତା ହାସଲ କରିଥିବା B.Tech ପ୍ରାର୍ଥୀ କିମ୍ବା OJEE ୨୦୨୬ରେ ରାଙ୍କ ପାଇଥିବା ଛାତ୍ରଛାତ୍ରୀଙ୍କୁ ଏହି ସ୍ପେଶାଲ ପରୀକ୍ଷା ଦେବାକୁ ପଡ଼ିବ ନାହିଁ।
ଓଡ଼ିଶା ବାହାରର ପ୍ରାର୍ଥୀମାନେ ମଧ୍ୟ ଆବେଦନ କରିପାରିବେ, ହେଲେ ସେମାନଙ୍କ ନାମଲେଖା କେବଳ ଘରୋଇ ଶିକ୍ଷାନୁଷ୍ଠାନରେ ସୀମିତ ରହିବ।ତେଣୁ ଯେଉଁ ଛାତ୍ରଛାତ୍ରୀ ପ୍ରଥମ ପର୍ଯ୍ୟାୟରେ ସୁଯୋଗ ପାଇନଥିଲେ, ସେମାନଙ୍କ ପାଇଁ ସ୍ପେଶାଲ OJEE-୨୦୨୬ ଆଉ ଏକ ସୁବର୍ଣ୍ଣ ସୁଯୋଗ ନେଇ ଆସିଛି।