ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ବ୍ଲକ୍ ଅର୍ନ୍ତଗତ ହୃଦାନନ୍ଦ ଦାନୀ ଆଇଟିଆଇ ତାଲିମ କେନ୍ଦ୍ରର ଜଣେ ଛାତ୍ରଙ୍କର ମୃତଦେହ ଉଦ୍ଧାର ହୋଇଛି । ସେ ହେଲେ ଟାଙ୍ଗର ଗ୍ରାମର ଦ୍ୱତୀୟ ବର୍ଷର ଛାତ୍ର ସୋନୁ ଅଭିଷେକ ତନ୍ତି । ସେ ବିଳମ୍ବିତ ରାତିରେ ଛାତରୁ ଡେଇଁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି ।
ଗତକାଲି ରାତିରେ ସୋନୁ ଅଭିଷେକ ହଷ୍ଟେଲ୍ ଛାତରୁ ତଳକୁ ଡେଇଁ ପଡ଼ିଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର ଡାକ୍ତର ମୃତ ଘୋଷଣା କରିଛନ୍ତି । ଖବର ପାଇ କୁତ୍ରା ଥାନା ପୋଲିସ ଏବଂ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ । ପୋଲିସ ମୃତ ଦେହକୁ ଜବତ କରିଛି । ଏହା ଏକ ଆତ୍ମହତ୍ୟା ଘଟଣା ବୋଲି ପୋଲିସ ପ୍ରାଥମିକ ତଦନ୍ତରୁ ସ୍ପଷ୍ଟ କରିଛି ।
ପୋଲିସ ସୋନୁଙ୍କର ସହପାଠୀଙ୍କୁ ପଚରାଉଚରା କରୁଛି । ଏହା ପ୍ରେମ ଜନିତ ବ୍ୟାପାର ହୋଇଥାଇ ପାରେ ବୋଲି ସନ୍ଦେହ କରାଯାଉଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଏବଂ ଅଧିକ ତଦନ୍ତ ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ପୋଲିସ କହିଛି ।