ବାଲେଶ୍ୱର: ସବୁ ମଦୁଆ ଗୋଟେ ଗୋଟିଏ ଜାଗାରେ ଏକାଠି । ଯିଏ ଯେତେ ପାରିଲା ବୋହି ନେଇଗଲେ ବିୟର ବୋତଲ । ବାଲେଶ୍ୱର ଜିଲ୍ଲା ଜଳେଶ୍ୱରରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ବିୟର ବୋଝେଇ ଗାଡ଼ି ଦୁର୍ଘଟଣା ଗ୍ରସ୍ତ ହେବା ପରେ ପେଟି ପେଟି ବିୟର ଉଠାଇ ନେଲେ ଲୋକେ ।
ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ମିର୍ଚ୍ଚି ମସାଲା ରେଷ୍ଟୁରାଣ୍ଟ ସମ୍ମୁଖରେ ଏକ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି । ଗାଡ଼ି ଖୋଲିବା ପରେ ସେଥିରେ ବିୟର୍ ପେଟି ଭର୍ତ୍ତି ହୋଇଥିବା ଲୋକେ ଦେଖିବାକୁ ପାଇଥିଲେ । ଏହା ପରେ ଯାହାକୁ ଯେତେ ଜନ୍ଦା ପିମ୍ପୁଡ଼ି ପରି ବିୟର ବୋତଲ ବୋହି ନେଇଥିଲେ । କେହି କେହି ପେଟି ମଧ୍ୟ ଉଠାଇ ନେଇଥିଲେ ।
ସେପଟେ ଦୁର୍ଘଟଣାର ଶୀକାର ଗାଡ଼ି ଡ୍ରାଇଭରକୁ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଘଟଣା ସ୍ଥଳରେ ଜଳେଶ୍ୱର ପୋଲିସ ପହଞ୍ଚି ଗାଡ଼ିକୁ ଜବତ କରି ଯାଞ୍ଚ ଆରମ୍ଭ କରିଛି ।