ଭୁବନେଶ୍ୱର: ରାଜ୍ୟ କଂଗ୍ରେସରେ ବିଭିନ୍ନ ପଦ ପଦବୀରେ ନେତାଙ୍କୁ ନିଯୁକ୍ତି କରାଯାଇଛି । କୋଷାଧ୍ୟକ୍ଷ, ଉପସଭାପତି, ସମ୍ପାଦକ ଓ ସାଧାରଣ ସମ୍ପାଦକଙ୍କ ନାମ ଘୋଷଣା କରାଯାଇଛି । ଅଖିଳ ଭାରତୀୟ କଂଗ୍ରେସ କମିଟି ପକ୍ଷରୁ ତାଲିକା ପ୍ରକାଶ ପାଇଛି । ସିଦ୍ଧାର୍ଥ ସ୍ୱରୂପ ଦାଶ ଦଳର କୋଷାଧ୍ୟକ୍ଷଭାବେ ନିଯୁକ୍ତି ପାଇଛନ୍ତି ।
ଦଳ ୭ ଜଣଙ୍କୁ ଉପ ସଭାପତି ଦାୟିତ୍ୱ ମିଳିଛି । ତାରା ପ୍ରସାଦ ବାହିନୀପତି, ରମେଶ ଜେନା, ସନ୍ତୋଷ ସିଂ ସାଲୁଜା, ଦେବାଶିଷ ପଟ୍ଟନାୟକ,ସିଏସ୍ ରାଜନ ଏକ୍କା, ଲଲାଟେନ୍ଦୁ ମହାପାତ୍ର ଓ ସସ୍ମିତା ବେହେରାଙ୍କୁ ଉପ ସଭାପତି ଦାୟିତ୍ୱ ପ୍ରଦାନ କରିଛି ଦଳ ।
ସେହିପରି ସାଧାରଣ ସମ୍ପାଦକ ତାଲିକାରେ ୧୦ ଜଣଙ୍କ ନାମ ରହିଛି । ଅଶୋକ ଦାସ, ଅପଲ ସ୍ୱାମୀ କାଦ୍ରକା, ପ୍ରଫୁଲ୍ଲ ପ୍ରଧାନ, ମାଙ୍ଗୁ ଖିଲ, ପବିତ୍ର ସାଉଁଟା, ନୀଳମାଧବ ହିକା, ସୁବର୍ଣ୍ଣା ନାୟକ, ସୟଦ ୟାସିର ନୱାଜ, ବିଜୟାନନ୍ଦ ଚାଉଳିଆ ଏବଂ ମଧୁସ୍ମିତା ସେଠୀ ସାଧାରଣ ଭାବେ ନିଯୁକ୍ତ ହୋଇଛନ୍ତି ।
ରାଜ୍ୟ କଂଗ୍ରେସର ୧୨ ଜଣଙ୍କ ସମ୍ପାଦକ ଦାୟିତ୍ୱ ଦେଇଛି ଦଳ । ଏହି ତାଲିକାରେ ଅଛନ୍ତି ତୁଲେଶ୍ୱର ନାଏକ, ସସ୍ମିତା ପଣ୍ଡା, ଶୀଳ୍ପିଶ୍ରୀ ହରିଚନ୍ଦନ, ଦେବସ୍ମିତା ଶର୍ମା, ଲକ୍ଷ୍ମୀଧର ସିଂ, ଦିଲ୍ଲୀପ ଦୁରିଆ, ରୂପକ ତୁରୁକ, ସିମାଞ୍ଚଳ ଗିରି ଉଲ୍ଲାକା, ମନୀଷା ତ୍ରିପାଠୀ, ଶାକ୍କା ସୁଜିତ, ମୋହନ ହେମ୍ବ୍ରମ୍ ଏବଂ ଅନିମା ମିଞ୍ଜ ।
ଅନ୍ୟପକ୍ଷରେ ସତ୍ୟଜିତ ଗମାଙ୍ଗୋଙ୍କୁ ସାମାଜିକ ଗଣମାଧ୍ୟମ ବିଭାଗର ଅଧ୍ୟକ୍ଷ ହୋଇଥିବାବେଳେ ସନ୍ତୋଷ ପ୍ରଧାନ ସହ-ଅଧ୍ୟକ୍ଷଭାବେ ନିଯୁକ୍ତି ପାଇଛନ୍ତି ।