ଭୁବନେଶ୍ବର: ବିଜେଡିର ଘରୋଇ କଳି ଧିରେ ଧିରେ ପଦାରେ ପଡିବାରେ ଲାଗିଲାଣି । ଜାତୀୟ ରାଜନୈତିକ ଦଳ ଭଳି ଏହି ଆଞ୍ଚଳିକ ଦଳ (ବିଜୁ ଜନତା ଦଳ) ଏବେ ସଂଖ୍ୟାଲଘୁଙ୍କ ଭୋଟ ହାତେଇବାକୁ ଯାଇ ମଝିରେ ଫସିଯାଇଛି । କୁହାଯାଉଛି, ଜଣକୁ ଖୁସି କରିବାକୁ ଯାଇ ଆଉ ଏକ ସମ୍ପ୍ରଦାୟକୁ ଅସନ୍ତୁଷ୍ଟ କରିଛି ନବୀନ ବାବୁଙ୍କ ଏହି ଦଳ। ତେବେ ଗତ କିଛି ଦିନ ତଳେ ଦିଲ୍ଲୀପ ତିର୍କୀଙ୍କୁ ବଜେଡି ସଂଖ୍ୟାଲଘୁ ସମ୍ପ୍ରଦାୟର ଆବାହକ କରିବା ପରେ ଏବେ କାଳେ ମୁସଲିମ ସମ୍ପ୍ରଦାୟରୁ ଆସୁଥିବା ମୁନ୍ନା ଖାଁ ବିଜେଡିରୁ ଇସ୍ତଫା ଦେଇପାରନ୍ତି, ଏନେଇ ରାଜନୈତିକ ମହଲରେ ଏବେ ଚର୍ଚ୍ଚା ଜୋର ଧରିଛି।
ତେବେ ଆପଣଙ୍କୁ ଆମେ କହି ରଖୁଛୁ ଯେ, ୱାକଫ ବିଲ ସମୟରେ ଯେଉଁ ଭଳି ନବୀନ ନିବାସରେ ମୁସଲିମ ସମ୍ପ୍ରଦାୟର କର୍ମୀ ମାନେ ପଶି ହଟ୍ଟଗୋଳ କରିଥିଲେ ଏବଂ ଭି,କେ ପାଣ୍ଡିଆନଙ୍କ ନା ନେଇ ପାଣ୍ଡିଆନ ମୁର୍ଦାବାଦର ନାରା ଦେଇଥିଲେ। ଏଥିରେ ସବୁଠୁ ଆଗରେ ରହିଥିଲେ ମୁନା ଖାଁ। ତେବେ ଏହାର ପରବର୍ତ୍ତୀ ସମୟରେ ମୁନା ଖାଁଙ୍କୁ ଭାରି ପଡ଼ିଛି, କାରଣ ମୁନା ଖାଁଙ୍କୁ ସଖ୍ୟାଲଘୁ ସେଲର ଗୁରୁତ୍ବପୂର୍ଣ୍ଣ ସଦସ୍ୟରୁ ଏଥି ପାଇଁ ହଟାଇ ଦିଆଯାଇଛି ବୋଲି ଏବେ ସାଧାରଣରେ ଚର୍ଚ୍ଚା ହେଉଛି ।
ଏତେ ସବୁ ଘଟଣା ପରେ ନବୀନ ବାବୁଙ୍କ ପ୍ରତିକ୍ରିୟା ବି ଆପଣ ମାନେ ଶୁଣିଥିବେ ନିଶ୍ଚିତ। କେଉଁଭଳି ଦୁଇଟି ଜାତୀୟ ଗଣମାଧ୍ୟମକୁ ଡାକି ନବୀନ ବାବୁ ପାଣ୍ଡିଆନଙ୍କୁ କ୍ଲିନ୍ କ୍ୟାରେକ୍ଟରର ସାର୍ଟିଫିକେଟ ଦେଇଥିଲେ। ଆଉ ସେବେଠୁ ହିଁ ଦଳ ଭିତରେ ଏମିତି ପରିସ୍ଥିତି ଲାଗିରହିଛି । ଯାହା ଉପରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଆବାହକ ଜଣେ ଖ୍ରୀଷ୍ଟିଆନ ହେବାରୁ ବୋଧ ହୁଏ ଅସନ୍ତୋଷ ଅଛନ୍ତି ମୁନ୍ନା । ସେଥିପାଇଁ ସେ ନବୀନ ନିବାସ ଯାଇ ଇସ୍ତଫା ଦେବା ଭଳି କଥା ଚର୍ଚ୍ଚାର ବିଷୟ ପାଲଟିଛି।
ନିକଟରେ ୱାକଫ ବିଲ୍ ସପକ୍ଷରେ ଭୋଟ୍ ଦେବା ଏବଂ ଦଳର ସରକାରୀ ଆଭିମୁଖ୍ୟ ବିରୁଦ୍ଧରେ ଯିବା ପାଇଁ ଖାନ ପାର୍ଟି ସାଂସଦ ସସ୍ମିତ ପାତ୍ରଙ୍କୁ ଟାର୍ଗେଟ କରିଥିଲେ। “ବିଲ୍ ବିରୋଧରେ ଭୋଟ୍ ଦେବାକୁ ନବୀନ ପଟ୍ଟନାୟକ ଆମକୁ ନିର୍ଦ୍ଦେଶ ଦେଇଛନ୍ତି ବୋଲି ମୁନା ଖାଁ କହିଥିଲେ । ରାଜ୍ୟସଭାରେ ୱାକଫ ବିଲ୍ ଉପରେ ତାଙ୍କ ଦଳର ‘ବିବାଦୀୟ’ ଆଭିମୁଖ୍ୟର ତଦନ୍ତ କରାଯିବ ବୋଲି ବିଜେଡ଼ି ଅଧ୍ୟକ୍ଷ ନବୀନ ପଟ୍ଟନାୟକ ପ୍ରତିଶୃତି ଦେଇଥିଲେ। ତେବେ ଏପର୍ଯ୍ୟନ୍ତ ଦଳ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ଖବର ଆସିନାହିଁ। ଆଉ ସେଥିପାଇଁ ଏମିତି ହେଉଛି ବୋଲି ମତ ରଖୁଛନ୍ତି ରାଜନୈତିକ ବିଶାରଦ।