ନୂଆଦିଲ୍ଲୀ; ଭାରତୀୟ ରିଜର୍ଭ ବ୍ୟାଙ୍କ ଅଥବା (RBI)ର କେନ୍ଦ୍ରୀୟ ବୋର୍ଡ ଆସନ୍ତା ୨୩ ତାରିଖରେ ଏହାର ବାର୍ଷିକ ସମୀକ୍ଷା ବୈଠକ ଆୟୋଜିତ କରିବାକୁ ଯାଉଛି । ଏହି ବୈଠକରେ ଆରବିଆଇର ବାଲାନ୍ସ ସିଟ୍ ବିଶ୍ଳେଷଣ କରାଯିବ ଏବଂ ଆର୍ଥିକ ବର୍ଷ ୨୦୨୫ ପାଇଁ ଅତିରିକ୍ତ ପାଣ୍ଠି ସରକାରଙ୍କୁ ହସ୍ତାନ୍ତର କରିବା ପାଇଁ ମଧ୍ୟ ନିଷ୍ପତ୍ତି ନିଆଯିବ। ଏହି ଦେୟ ୩ ଲକ୍ଷ କୋଟି ଟଙ୍କା ପର୍ଯ୍ୟନ୍ତ ହୋଇପାରେ ବୋଲି ଆକଳନ କରାଯାଉଛି । ଯାହା ଗତ ବର୍ଷ ତୁଳନାରେ ୫୦% ଅଧିକ ହେବ ।
ତେବେ ଏହା ନେଇ ଆଇଡିଏଫସି ଫାଷ୍ଟ ବ୍ୟାଙ୍କର ମୁଖ୍ୟ ତଥା ଅର୍ଥନୀତିଜ୍ଞ ଗୌରା ସେନ ଗୁପ୍ତାଙ୍କ ଅନୁଯାୟୀ ଆରବିଆଇ ଆର୍ଥିକ ବର୍ଷ ୨୦୨୫ ରେ ୨.୬ ଲକ୍ଷ କୋଟିରୁ ୩ ଲକ୍ଷ କୋଟି ଟଙ୍କା ମଧ୍ୟରେ ଆରବିଆଇର ଲାଭାଶଂ ବା ଡେବିଡେଣ୍ଟ ହୋଇପାରେ । ଏହା ପୂର୍ବରୁ ମେ ୧୫ ତାରିଖରେ RBI ବୋର୍ଡ ୨୦୧୯ରେ ଗୃହୀତ ଅର୍ଥନୈତିକ ପୁଞ୍ଜି ଢାଞ୍ଚା (ECF)ର ମଧ୍ୟ ସମୀକ୍ଷା କରିଥିଲା। ଏହାର ଗଠନ ଆରବିଆଇ ପାଇଁ ଡେବିଡେଣ୍ଟ ନିର୍ଣ୍ଣୟ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ ।
ଅନୁମାନ କରାଯାଉଛି ଯେ RBI ସରକାରଙ୍କୁ ପ୍ରାୟ ୨. ୫ ଲକ୍ଷ କୋଟି ଟଙ୍କାର ଲାଭାଂଶ ବା ଡେବିଡେଣ୍ଟ ଦେବ । ଯଦି ଏହାର ପରିମାଣ ଅଧିକ ପ୍ରାପ୍ତ ହୁଏ ତେବେ ଏହା ବଣ୍ଡ ବଜାରକୁ ପ୍ରଭାବିତ କରିବ । ଗତ ବର୍ଷ ଏହି ପରିମାଣ ୪୨,୮୦୦ କୋଟି ଟଙ୍କା ଥିଲା ଏବଂ ଏଥର ଏହା ୪୦,୦୦୦ କୋଟିରୁ ୮୦,୦୦୦ କୋଟି ଟଙ୍କା ମଧ୍ୟରେ ହେବ ବୋଲି ଆକଳନ କରାଯାଇଛି।