ନୂଆଦିଲ୍ଲୀ: ପାଠ୍ୟ ପୁସ୍ତକରେ ନ୍ୟାୟପାଳିକାର ଭୂମିକା ଉପରେ ବିବାଦୀୟ ପାଠ୍ୟକ୍ରମ ଆଣିଥିବା ରାଷ୍ଟ୍ରୀୟ ଶୈକ୍ଷିକ ଅନୁସନ୍ଧାନ ଏବଂ ପ୍ରଶିକ୍ଷଣ ପରିଷଦ ବା ଏନସିଇଆରଟି ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିଛି । ଏନସିଇଆରଟିର ନିର୍ଦ୍ଦେଶକ ଏବଂ ସମସ୍ତ ସଦସ୍ୟ ପ୍ରେସ ବିବୃତ୍ତି ଜରିଆରେ କ୍ଷମା ମାଗିଛନ୍ତି ।
ଅଷ୍ଟମ ଶ୍ରେଣୀର ସାମାଜିକ ବିଜ୍ଞାନ ଏସ୍କପ୍ଲୋରିଂ ସୋସାଇଟି: ଇଣ୍ଡିଆ ଏଣ୍ଡ୍ ବିୟଣ୍ଡର ଦ୍ୱିତୀୟ ଭାଗର ଚତୁର୍ଥ ଅଧ୍ୟାୟରେ ଆମ ସମାଜରେ ନ୍ୟାୟପାଳିକାର ଭୂମିକା ନାମରେ ଏକ ବିଷୟରେ ବିବାଦୀୟ ପାଠ୍ୟକ୍ରମ ରହିଛି । ଯାହା ପ୍ରକାଶ ପାଇବା ପରେ ସୁପ୍ରିମକୋର୍ଟ କ୍ଷୋଭ ପ୍ରକାଶ କରିଥିଲେ । ଏହା ସହିତ ବୁଦ୍ଧିଜୀବୀ ମହଲରେ ମଧ୍ୟ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଏହା ପରେ ଏନସିଇଆରଟି ଉକ୍ତ ପୁସ୍ତକକୁ ଫେରାଇ ନେବାକୁ ଘୋଷଣା କରିଥିଲା । ଏହା ପରେ କ୍ଷମା ପ୍ରାର୍ଥନା ମଧ୍ୟ କରିଛି ।