ବଲାଙ୍ଗିର: ବଲାଙ୍ଗିରରେ ଦୁର୍ଘଟଣାରେ ଡାକ୍ତରୀ ଛାତ୍ରୀଙ୍କ ମୃତ୍ୟୁ ପରେ ଆକ୍ସନ ମୋଡରେ ପୋଲିସ। ବଲାଙ୍ଗୀର ସହରରେ ସ୍ପିଡ୍ ବାଇକରମାନଙ୍କୁ ସାବାଡ଼ କରିବା ପାଇଁ ପୋଲିସ ଅପରେସନ “ସୁପର” ଆରମ୍ଭ କରିଛି। ସୁପର ବାଇକ ଧରି ସହର ଭିତରେ ଷ୍ଟଣ୍ଟ ଶୋ କରୁଥିବା ଅମାନିଆ ଗାଡି ଚାଳକଙ୍କୁ ଏବେ ସାବାଡ଼ କରିବ ପୋଲିସ। ଏଥିପାଇଁ ସହରର ବିଭିନ୍ନ ଛକ ଓ ଏଣ୍ଟ୍ରି ପଏଣ୍ଟରେ ପୋଲିସ ଚେକିଂ ଜୋରଦାର ଆରମ୍ଭ କରାଯାଇଛି।
ଡ୍ରଙ୍କ ଆଣ୍ଡ ଡ୍ରାଇଭ ସହିତ ଟ୍ରାଫିକ ନିୟମ ଉଲ୍ଲଙ୍ଘନ କରୁଥିବା ଲୋକଙ୍କୁ ଫାଇନ କାଟି ପୋଲିସ ଏବେ ସାବାଡ଼ କରୁଛି। ଏହା ସହିତ ବଲାଙ୍ଗୀର ଭିଆଇପି ରାସ୍ତା ସର୍କିଟହାଉସ ରାସ୍ତାର ସରକାରୀ ଆୟୁର୍ବେଦିକ କଲେଜ ଓ ହସ୍ପିଟାଲ ସମ୍ମୁଖରେ ଟାଉନ ପୋଲିସ ବ୍ୟାରିକେଡ୍ ମଧ୍ୟ ଲଗାଇଛି।
ଅଧିକ ପଢନ୍ତୁ: ଦୁର୍ଘଟଣାରେ ଚାଲିଗଲା ଆୟୁର୍ବେଦିକ କଲେଜର ଛାତ୍ରୀଙ୍କ ପ୍ରାଣ