ଭୁବନେଶ୍ୱର: ରାଜ୍ୟରେ ଶତକଡା ୩.୫୪ ପ୍ରତିଶତ କୁମ୍ଭୀର ସଂଖ୍ୟା ବୃଦ୍ଧି ଘଟିଛି । ବିଧାୟକ ବିଜୟ କୁମାର ଦଳବେହେରାଙ୍କ ପ୍ରଶ୍ନରେ ଉତ୍ତର ରଖିଛନ୍ତି ଜଙ୍ଗଲ, ପରିବେଶ ଓ ଜଳବାୟୁ ଗଣେଶ ରାମସିଂ ଖୁଣ୍ଟିଆ ।
ଶ୍ରୀଯୁକ୍ତ ଦଳବେହେରା ରାଜ୍ୟରେ କୁମ୍ଭୀରଙ୍କ ସଂଖ୍ୟା କେତେ ଶତକଡା ବୃଦ୍ଧି ଘଟିଛି ଏବଂ ଶାବକଙ୍କ ସଂଖ୍ୟା କେତେ, ଚଳିତ ବର୍ଷ କେତେ ବିଦେଶୀଗତ ପକ୍ଷୀଙ୍କ ଏପର୍ଯ୍ୟନ୍ତ ଆଗମନ ହୋଇସାରିଲାଣି ବୋଲି ପ୍ରଶ୍ନ କରିଥିଲେ । ଏହି ଅଣତାରକା ପ୍ରଶ୍ନରେ ମନ୍ତ୍ରୀ ଉତ୍ତର ରଖି କହିଛନ୍ତି ଯେ ବନ ବିଭାଗ ଦ୍ୱାରା ହୋଇଥିବା ଗଣନା ଅନୁଯାୟୀ ୨୦୨୫-୨୬ ବର୍ଷରେ ରାଜ୍ୟରେ ୨୧୯୩ ଗୋଟି କୁମ୍ଭୀର ଅଛନ୍ତି ଯାହାକି ଗତବର୍ଷ ତୁଳନାରେ ଶତକଡା ୩.୫୪% ବୃଦ୍ଧି ଘଟିଛି । ପ୍ରାକୃତିକ ସୌନ୍ଦର୍ଯ୍ୟଭରା ସାତକୋଶିଆ ଏବଂ ଟିକରପଡାଠାରେ ୬୫ଟି କୁମ୍ଭୀର ଏବଂ ୨୨ ଗୋଟି ଶାବକ ଅଛନ୍ତି। ଚଳିତ ବର୍ଷ ହୋଇଥିବା ଗଣନା ଅନୁଯାୟୀ ରାଜ୍ୟରେ ୨୪,୯୦,୯୮୬ ସଂଖ୍ୟକ ବିଦେଶୀ ପକ୍ଷୀମାନଙ୍କର ଆଗମନ ହୋଇଅଛି । ଚଳିତ ବର୍ଷ ଗଣନାରେ କୌଣସି ବିରଳ ପ୍ରଜାତିର ନୂଆ ପକ୍ଷୀଙ୍କର ଚିହ୍ନଟ ହୋଇନାହିଁ କିନ୍ତୁ ଚିଲିକାରେ ୨ ଗୋଟି ନୂତନ ପକ୍ଷୀ ଏବଂ ହୀରାକୁଦ ଜଳଭଣ୍ଡାରରେ ୫ ଗୋଟି ନୂତନ ପକ୍ଷୀର ଚିହ୍ନଟ ହୋଇଅଛି ।