କେନ୍ଦ୍ରପଡା: ହୁତୁହୁତୁ ହୋଇ ଜଳିଲା ୭ ବଖରା। କ୍ଷଣକ ଭିତରେ ଜଳିପୋଡ଼ି ପାଉଁଶ ହୋଇଗଲା ଧାନ ଚାଉଳ ସମେତ ଲକ୍ଷାଧିକ ଟଙ୍କାର ସାମଗ୍ରୀ। କେନ୍ଦ୍ରାପଡା ଜିଲ୍ଲା ଗରଦପୁର ବ୍ଲକ ତେଣ୍ଡାକୁଡା ପଞ୍ଚାୟତ ବସନ୍ତପୁର ଗାଁରେ ଅଗ୍ନିକାଣ୍ଡ। ଖବରପାଇ ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ତେବେ ସଟସର୍କିଟ ଯୋଗୁ ନିଆଁ ଲାଗିଥିବା ତଦନ୍ତରୁ ଜଣାପଡିଛି।ତେବେ ଅଗ୍ନି ବିପନ୍ନଙ୍କୁ ତୁରନ୍ତ ସହାୟତା ରାଶି ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।
ସୂଚନା ଅନୁସାରେ, କେନ୍ଦ୍ରାପଡା ଜିଲ୍ଲା ଗରଦପୁର ବ୍ଲକ ତେଣ୍ଡାକୁଡା ପଞ୍ଚାୟତ ବସନ୍ତପୁର ଗାଁର କୁଳମଣି ମଲ୍ଲିକଙ୍କ ସଟସର୍କିଟ ଯୋଗୁ ନିଆଁ ଲାଗି ଯାଇଥିଲା। ନିଆଁର ପ୍ରକୋପ ଏତେ ଅଧିକ ଥିଲା ଯେ କୁଳମଣି ମଲ୍ଲିକଙ୍କ ପଡୋଶୀ ଧୁଳ ମଲ୍ଲିକଙ୍କ ଘରେ ମଧ୍ୟ ନିଆଁ ଲାଗିଯାଇଥିଲା। କେହି କିଛି ବୁଝିବା ଆଗରୁ ଉଭୟଙ୍କ ୭ ବଖରା ଚାଳଛପର ଘର ପୋଡି ପାଉଁଶ ହୋଇଯାଇଛି। ଏହାସହିତ ଘର ଭିତରେ ଥିବା ଧାନ ଚାଉଳ ସମେତ ଲକ୍ଷାଧିକ ଟଙ୍କାର ସାମଗ୍ରୀ ମଧ୍ୟ ଜଳିପୋଡି ପାଉଁଶ ହୋଇଯାଇଛି। ତେଣୁ ଗ୍ରାମବାସୀଙ୍କ ଠାରୁ ଖବରପାଇ ଅଗ୍ନିଶମବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।
ଅଧିକ ପଢନ୍ତୁ ; ଗ୍ରୀଷ୍ମ ଆରମ୍ଭରୁ ଅସମ୍ଭାଳ ତାତି