ଭୁବନେଶ୍ୱର: ସଚିବାଳୟର ବିଭିନ୍ନ ବର୍ଗରେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦବୀ ଖାଲି ପଡ଼ିଛି। ବିଧାନସଭାରେ ବିଧାୟକ ସୌଭିକ୍ ବିଶ୍ୱାଳଙ୍କ ଏକ ଅଣତାରକା ପ୍ରଶ୍ନର ଲିଖିତ ଉତ୍ତର ରଖି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଚିନ୍ତାଜନକ ତଥ୍ୟ ପ୍ରଦାନ କରିଛନ୍ତି।
ବିଧାୟକ ସୌଭିକ୍ ବିଶ୍ୱାଳ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ପଚାରିଥିଲେ, ଓଡ଼ିଶା ସଚିବାଳୟ ସେବାରେ କେଉଁ ପଦବୀରେ କେତେ ପଦବୀ ଖାଲି ପଡ଼ିଛି ତାହା ପୂରଣ ପାଇଁ କି ପଦକ୍ଷେପ ନିଆଯାଇଛି? ଏହାର ଉତ୍ତର ରଖି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ୩୬୫ଟି ଉପବିଭାଗ ଅଧିକାରୀ (Section Officer) ଏବଂ ୩୪୮ଟି ସହକାରୀ ଉପବିଭାଗ ଅଧିକାରୀ (ASO) ପଦବୀ ଖାଲି ପଡିଛି।୧୦୫ ଅନୁ ଶାସନ ସଚିବ ଓ ଗୋଟିଏ ଅତିରିକ୍ତ ଶାସନ ସଚିବ ପଦବୀ ଖାଲି ପଡ଼ିଛି। ୨ ଯୁଗ୍ମ ଶାସନ ସଚିବ ଓ ୨ ଉପ ଶାସନ ସଚିବ ପଦବୀ ମଧ୍ୟ ଖାଲି ପଡ଼ିଛି। ୪ର୍ଥ ଡେସ୍କ ଅଫିସର, ୩୬୫ ଉପବିଭାଗ ଅଧିକାରୀ ପଦବୀ ମଧ୍ୟ ଖାଲି ପଡ଼ିଛି।
ଏତେ ସଂଖ୍ୟକ ପଦବୀ ଖାଲି ରହିବା ଫଳରେ ସରକାରୀ କାର୍ଯ୍ୟାଳୟର ଦୈନନ୍ଦିନ କାର୍ଯ୍ୟ ପରିଚାଳନାରେ ବାଧା ସୃଷ୍ଟି ହେବା ସହ କାର୍ଯ୍ୟରତ ଅଧିକାରୀଙ୍କ ଉପରେ ଚାପ ବଢୁଛି। ଏହି ପଦବୀଗୁଡ଼ିକ ପୂରଣ ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ଅଧିକ ପଢନ୍ତୁ : ରାଜ୍ୟର ବିଭିନ୍ନ ଜେଲରୁ ଏବେବି ୧୭ ଜଣ କଏଦୀ ଅଛନ୍ତି ଫେରାର; କଏଦୀଙ୍କ ସମ୍ପର୍କରେ ଗୃହରେ ବିସ୍ତୁତ ତଥ୍ୟ ରଖିଲେ ମୁଖ୍ୟମନ୍ତ୍ରୀ