ରାୟଗଡ଼ା: ଦିନ ଦ୍ୱିପ୍ରହରରେ ଝାମ୍ପିନେଲେ ୨ଲକ୍ଷ ଟଙ୍କା। ବ୍ୟାଙ୍କକୁ ଟଙ୍କା ଜମା ପାଇଁ ଯିବା ବେଳେ ଝାମ୍ପିନେଇ ୨ ଦୁର୍ବୃତ୍ତ ଫେରାର ହୋଇଯାଇଛନ୍ତି। ରାୟଗଡା ସହର କପିଳାସ ରୋଡ଼ରେ ଥିବା ପାତ୍ର ଇଲକ୍ଟ୍ରୋନିକ ସୋ ରୁମ୍ ର କୋଷାଧକ୍ଷ ରଂଜିତ କୁମାର ଦଳାଇ ନାମକ ବ୍ୟକ୍ତି ନିକଟରେ ଥିବାଏକ ବ୍ୟାଙ୍କରୁ ଟଙ୍କା ଡିପୋଜିଟ୍ କରିବାକୁ ଯାଉଥିବା ବେଳେ ଏହି ଲୁଟ୍ ହୋଇଛି। ୨ ଜଣ ଦୁର୍ବୃତ୍ତ ଏକ ବାଇକ ଯୋଗେ ଆସି ଟଙ୍କା ଝାମ୍ପି ନେଇଛନ୍ତି।
ଘଟଣା ପରେ ସଂପୃକ୍ତ ଆକାଉଣ୍ଟାଣ୍ଟ୍ ସେମାନଙ୍କ ପିଛା କରିଥିଲେ କିନ୍ତୁ ଲୁଟେରାମାନେ ଚମ୍ପଟ୍ ମାରିଛନ୍ତି। ଏନେଇ ଟାଉନ୍ ଥାନାରେ ଅଭିଯୋଗ ହୋଇଛି। ଜିଲ୍ଲା ସଦର ଥାନା ଅଧିକାରୀ ପ୍ରସନ୍ନ କୁମାର ବେହେରା ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଛନ୍ତି। ସ୍ଥାନୀୟ ଅଞ୍ଚଳର ସିସିଟିଭିକୁ ଯାଞ୍ଚ କରାଯାଉଛି।
ଅଧିକ ପଢନ୍ତୁ: ରାଜ୍ୟର ବିଭିନ୍ନ ଜେଲରୁ ଏବେବି ୧୭ ଜଣ କଏଦୀ ଅଛନ୍ତି ଫେରାର; କଏଦୀଙ୍କ ସମ୍ପର୍କରେ ଗୃହରେ ବିସ୍ତୁତ ତଥ୍ୟ ରଖିଲେ ମୁଖ୍ୟମନ୍ତ୍ରୀ