ଭୁବନେଶ୍ୱର: ସାମ୍ନାକୁ ଆସିଲା ରାଜ୍ୟରେ ମୋବାଇଲ ସେବାର ବିକଳ ଚିତ୍ର। ଏଯାଏଁ ରାଜ୍ୟର ୧ ହଜାର ୨୩୭ ଗାଁରେ ପହଞ୍ଚିନି ମୋବାଇଲ୍ ନେଟୱର୍କ। ଏନେଇ ଗୃହରେ ସୂଚନା ଦେଇଛନ୍ତି ସୂଚନା ଓ ପ୍ରଯୁକ୍ତି ମନ୍ତ୍ରୀ ମୁକେଶ ମହାଲିଙ୍ଗ।
ମନ୍ତ୍ରୀ କହିଛନ୍ତି, ଆସନ୍ତା ଜୁନ୍ ସୁଦ୍ଧା ସଂପୃକ୍ତ ଗାଁ ଗୁଡ଼ିକୁ ନେଟୱର୍କ ପ୍ରଦାନ ପାଇଁ ଲକ୍ଷ୍ୟ ରଖାଯାଇଛି। କେନ୍ଦ୍ର ସରକାରଙ୍କ DBN ଯୋଜନାରେ ୪ ହଜାର ୨୨୫ଟି ଟାୱାର ମଧ୍ୟରେ ୩ ହଜାର ୨୮୧ଟି କାର୍ଯ୍ୟକ୍ଷମ ହୋଇଥିବାବେଳେ ବାକି ୯୪୪ଟି ଟାୱାର୍ ଜୁନ୍ ସୁଦ୍ଧା କାର୍ଯ୍ୟକ୍ଷମ କରାଯିବ। ଏଥିସହ କୋରାପୁଟ ଜିଲ୍ଲାର ୮୮ଟି ଗାଁରେ ମୋବାଇଲ ସେବା ପ୍ରଦାନ ପାଇଁ ୭୬ଟି ଟାୱାର୍ ସ୍ଥାପନ କରାଯାଉଥିବା ସୂଚନା ଦେଇଛନ୍ତି ମନ୍ତ୍ରୀ।
ଅଧିକ ପଢନ୍ତୁ: ରାଜ୍ୟର ବିଭିନ୍ନ ଜେଲରୁ ଏବେବି ୧୭ ଜଣ କଏଦୀ ଅଛନ୍ତି ଫେରାର; କଏଦୀଙ୍କ ସମ୍ପର୍କରେ ଗୃହରେ ବିସ୍ତୁତ ତଥ୍ୟ ରଖିଲେ ମୁଖ୍ୟମନ୍ତ୍ରୀ