କୋର୍ଟକୁ ପୁଣି ବୋମା ଆତଙ୍କ। ପୁରୀ, ବରଗଡ଼ ଓ କଳାହାଣ୍ଡି ଜିଲ୍ଲା କୋର୍ଟକୁ ମିଳିଛି ବୋମା ଧମକ। ଜିଲ୍ଲା ଦୌରା ଓ ଜଜଙ୍କ ଇମେଲକୁ ଏହି ଧମକପୂର୍ଣ୍ଣ ମେଲ୍ ଆସିଛି। ଏହି ଘଟଣା ସାମ୍ନାକୁ ଆସିବା ପରେ କୋର୍ଟକୁ ସ୍ଥାନୀୟ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା।
ଆଜି ଏକାଥରେ ରାଜ୍ୟର ତିନୋଟି କୋର୍ଟକୁ ବୋମା ଧମକ ଆସିଛି। ବରଗଡ଼ ସିଭିଲ କୋର୍ଟକୁ ଇ-ମେଲରେ ବୋମା ଧମକ ଅସିଛି। ଦିନ ୧ଟାରେ ବୋମା ବିସ୍ଫୋରଣ ହେବ ବୋଲି ଧମକ ରହିଛି। ସେହିପରି ପୁରୀ କୋର୍ଟକୁ ପୁଣିଥରେ ବୋମା ଧମକ ମିଳିଥିଲା। ଜନୈକ ସନ୍ଦିଗ୍ଧ ଜିଲା ଦୌରାଜଜଙ୍କୁ ଇମେଲ୍ କରିଥିଲା। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଥିଲା। ବର୍ତ୍ତମାନ୍ କିନ୍ତୁ ପୁରୀ କୋର୍ଟ କାର୍ଯ୍ୟ ସ୍ଵାଭାବିକ ହୋଇଛି।
ମେଲ ଆସିବା ପରେ କୋର୍ଟ ପରିସରରେ ସୁରକ୍ଷା ବ୍ୟବସ୍ଥା ବଢାଇ ଦିଆଯାଇଛି। ଅଦାଲତର ସମସ୍ତ କାର୍ଯ୍ୟକୁ ବନ୍ଦ କରାଯାଇଥିଲା। ବର୍ତ୍ତମାନ କିନ୍ତୁ ପୁରୀ କୋର୍ଟ କାର୍ଯ୍ୟ ସ୍ଵାଭାବିକ ହୋଇଛି। ଗତ ଫେବୃଆରୀ ୬ ତାରିଖରେ ମଧ୍ୟ ପୁରୀ କୋର୍ଟକୁ ବୋମା ଧମକ ମିଳିଥିଲା।
ଅଧିକ ପଢନ୍ତୁ: ରାଜ୍ୟର ବିଭିନ୍ନ ଜେଲରୁ ଏବେବି ୧୭ ଜଣ କଏଦୀ ଅଛନ୍ତି ଫେରାର; କଏଦୀଙ୍କ ସମ୍ପର୍କରେ ଗୃହରେ ବିସ୍ତୁତ ତଥ୍ୟ ରଖିଲେ ମୁଖ୍ୟମନ୍ତ୍ରୀ