ଭୁବନେଶ୍ୱର: ରାଜ୍ୟର ଆଇନଶୃଙ୍ଖଳା ବ୍ୟବସ୍ଥା କିପରି ଥିଲା ହୋଇଯାଇଛି, ତାହା ଦର୍ଶାଉଛି ହୋଇଛି କଏଦୀଙ୍କ ସମ୍ପର୍କରେ ଗୃହରେ ବିସ୍ତୁତ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେ କହିଛନ୍ତି ରାଜ୍ୟର ବିଭିନ୍ନ ଜେଲରୁ ଏବେବି ୧୭ ଜଣ କଏଦୀ ଫେରାର ଥିବା ଜଣାପଡିଛି।
ଏହି ଫେରାର କଏଦୀ ମଧ୍ୟରେ ଜଣେ ହାର୍ଡକୋର କଏଦୀ ରହିଛି, ଯିଏ ଗତ ଅକ୍ଟୋମ୍ବର ମାସରେ ଚୌଦ୍ୱାର ଜେଲରୁ ଫେରାର ହୋଇଯାଇଛି। ଏହିପରି ଭାବେ ଅନେକ କଏଦୀ ଜେଲ କାନ୍ଥ ଡେଇଁ ଫେରାର ହୋଇଯାଇଥିବା ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। ସେହିପରି ରାଜ୍ୟର ୮୬ ଜେଲ୍ ରେ ଅଛନ୍ତି ମୋଟ ୧୮ ହଜାର ୧୭୬ ଜଣ କଏଦୀ। ସେଥିରୁ ୧୪ ହଜାର ୪୦ ଜଣ ବିଚାରାଧୀନ ଥିବାବେଳେ ୪ ହଜାର ୧୩୬ ଜଣ ଦଣ୍ଡ ପାଇଛନ୍ତି।
ଗତ ୫ ବର୍ଷ ଭିତରେ ବିଭିନ୍ନ ଜେଲ୍ ରୁ ୪୪ କଏଦୀ ଫେରାର୍ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୨୭ ଜଣଙ୍କୁ ଗିରଫ କରାଯାଇଛି। ଏବେବି ୧୭ଜଣ ଫେରାର ରହିଛନ୍ତି। ଏନେଇ ଗୃହରେ ଲିଖିତ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ମୁଖ୍ୟମନ୍ତ୍ରୀଙ୍କଏହି ତଥ୍ୟ ପରେ ରାଜ୍ୟର ଆଇନଶୃଙ୍ଖଳା ବ୍ୟବସ୍ଥା କିପରି ଢିଲା ହୋଇଯାଇଛି, ତାହା ଦର୍ଶାଉଛି।
ଅଧିକ ପଢନ୍ତୁ: 'ରାଜ୍ୟରେ ଆଉ ଖୋଲିବ ନାହିଁ ନୂଆ ସବ୍-ଟ୍ରେଜରୀ'; ଗୃହରେ ଆଇନ ମନ୍ତ୍ରୀଙ୍କ ଉତ୍ତର, ଇ-ଭାଉଚରରେ ପେନସନ ଠୁ ବିଲ୍ ଯାଏଁ ଅନଲାଇନରେ ହେଉଛି ସବୁ କାମ