ଭୁବନେଶ୍ୱର: ରାଜ୍ୟରେ ଆଜିଠାରୁ ଆରମ୍ଭ ହୋଇଛି ବିଧାନସଭା ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ। ଗୃହରେ ସ୍ଵାଭାବିକ ଭାବେ ପ୍ରଶ୍ନକାଳ ଜାରି ରହିଛି। ବିଭାଗୀୟ ମନ୍ତ୍ରୀମାନେ ବିଧାୟକଙ୍କ ପ୍ରଶ୍ନର ଉତ୍ତର ରଖୁଛନ୍ତି। ପ୍ରଶ୍ନକାଳ ମଧ୍ୟରେ ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ନୂଆ ସବ୍-ଟ୍ରେଜରୀକୁ ନେଇ ଉତ୍ତର ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ।
ମନ୍ତ୍ରୀ କହିଛନ୍ତି, 'ରାଜ୍ୟରେ ଆଉ ଖୋଲିବ ନାହିଁ ନୂଆ ସବ୍-ଟ୍ରେଜରୀ। ଏବେ ସବୁ ଟ୍ରେଜରୀ କାମ ଅନ୍ଲାଇନ ମାଧ୍ୟମରେ ହେଉଛି। ପେନସନ୍ରୁ ଆରମ୍ଭ କରି ଚାଲାଣ ଓ ବିଲ୍ ଅନ୍ଲାଇନରେ ହେଉଛି। ଇ-ଭାଉଚର୍ରେ ସବୁ ହେଉଥିବାରୁ ଆଉ ସବ୍-ଟ୍ରେଜରୀ ଖୋଲିବ ନାହିଁ। ବର୍ତ୍ତମାନ ରାଜ୍ୟରେ ୧୬୯ଟି ଟ୍ରେଜରି ରହିଛି।’
ରାଜ୍ୟରେ ଆଉ ଖୋଲିବ ନାହିଁ ନୂଆ ସବ୍-ଟ୍ରେଜରୀ। ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଉତ୍ତର ରଖିଲେ ଆଇନ ମନ୍ତ୍ରୀ। ଏବେ ସବୁ ଟ୍ରେଜରୀ କାମ ଅନ୍ଲାଇନ ମାଧ୍ୟମରେ ହେଉଛି' । ପେନସନ୍ରୁ ଆରମ୍ଭ କରି ଚାଲାଣ ଓ ବିଲ୍ ଅନ୍ଲାଇନରେ ହେଉଛି' । ଇ-ଭାଉଚର୍ରେ ସବୁ ହେଉଥିବାରୁ ଆଉ ସବ୍-ଟ୍ରେଜରୀ ଖୋଲିବ ନାହିଁ। ବର୍ତ୍ତମାନ ରାଜ୍ୟରେ ୧୬୯ଟି ଟ୍ରେଜରି ରହିଛି ବୋଲି କହିଛନ୍ତି ଆଇନ ମନ୍ତ୍ରୀ।
ଅଧିକ ପଢନ୍ତୁ: ଦ୍ୱିତୀୟ ପର୍ଯ୍ୟାୟରେ ସ୍ୱାଭାବିକ ରହିଛି ଗୃହ