ଭୁବନେଶ୍ଵର: ଆଜିଠାରୁ ବିଧାନସଭା ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି । ଦ୍ୱିତୀୟ ପର୍ଯ୍ୟାୟର ପ୍ରଥମ ଦିନରେ ପ୍ରଶ୍ନକାଳ ସ୍ୱାଭାବିକ ରହିଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡାକ୍ତର ମୁକେଶ ମହାଲିଙ୍ଗ ଉତ୍ତର ରଖୁଛନ୍ତି । ଏପ୍ରିଲ ୮ ତାରିଖ ଯାଏ ବିଧାନସଭା ଚାଲିବ ।
ବଜେଟର ପ୍ରଥମ ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଜେଟ୍ ଉପସ୍ଥାପନ କରିଥିଲା । ଏହା ଛଡ଼ା ଆଉ ଗୋଟିଏ ଦିନ ଗୃହ ସୁରୁଖରେ ଚାଲିପାରିନଥିଲା । ବିରୋଧୀଙ୍କ ହଟ୍ଟଗୋଳ ଓ ନାରାବାଜୀରେ ସମ୍ପୂର୍ଣ୍ଣ ଧୋଇଯାଇଥିଲା । ଗୋଟିଏ ଦିନ ବି ପ୍ରଶ୍ନକାଳ ଚାଲି ପାରି ନଥିଲା । ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ବାରମ୍ବାର ଗୃହ ମୁଲତବୀ ରହିଥିଲା । ଚାଷୀ ସମସ୍ୟା ଏବଂ ମଣ୍ଡି ଅବ୍ୟବସ୍ଥା ନେଇ ଉଭୟ ବିରୋଧୀ ସରକାରଙ୍କୁ ଘେରିଥିଲେ । କିନ୍ତୁ ଦ୍ୱିତୀୟ ପର୍ଯ୍ୟାୟର ପ୍ରଥମ ଦିନ ସ୍ୱାଭାବିକ ରହିଛି ।