ଭୁବନେଶ୍ୱର: ରାଜ୍ୟରେ ବଢ଼ି ଚାଲିଛି ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ । ଗତ ୨୪ ଘଣ୍ଟା ମଧ୍ୟରେ ଦୁର୍ଘଟଣାରେ ୧୪ ମୃତ। ବରଗଡ଼ରେ ସଡ଼କ ଦୁର୍ଘଟଣା ନେଲା ୪ ଜୀବନ। ଗତରାତିରେ ଭେଡେନ ବ୍ଲକ ମେହେନା ଛକରେ ଦୁର୍ଘଟଣା ହୋଇଥିଲା।
କୁଚିଣ୍ଡାରେ କଣ୍ଟେନର-ବାଇକ ଧକ୍କାରେ ୩ ଜଣ ମୃତ। ଜମନକିରା ଥାନା NH-୫୩ର ପିଠାମାରେନରେ ଦୁର୍ଘଟଣା। ବାଂଶପାଳରେ ଟ୍ରକ୍ ସହ ବାଇକ ଧକ୍କାରେ ବାପ-ପୁଅଙ୍କର ମୃତ୍ୟୁ ହୋଇଛି। କେନ୍ଦୁଝର ଜିଲ୍ଲା ସଦର ଥାନା ତେନ୍ତୁଳି ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବଣାଇରେ ଟ୍ରକ୍ ପଛରେ ଧକ୍କାଦେଇ ୨ ବାଇକ୍ ଆରୋହୀ ମୃତ। ସେହିପରି ବାରଙ୍ଗ, ବଲାଙ୍ଗିର ଓ ପୋଲସରାରେ ଜଣେ ଲେଖାଏଁ ମୃତ।
ଅଧିକ ପଢନ୍ତୁ: ୨ଟି ଦୁର୍ଘଟଣାରେ ୫ ବାଇକ ଆରୋହୀ ମୃତ, ବାଇକ ସହ ଧକ୍କା ପରେ ହୁତୁହୁତ ଜଳିଲା କଣ୍ଟେନର