ଭୁବନେଶ୍ୱର: ରାଜ୍ୟରେ ବର୍ଷକୁ ହଜାର ହଜାର ଜୀବନ ନେଉଛି ସଡ଼କ ଦୁର୍ଘଟଣା । ବିଗତ ୧୦ ବର୍ଷରେ ସଡ଼କ ଦୁର୍ଘଟଣାଜନିତ ୧ ଲକ୍ଷ ୧୩ ହଜାର ୩୨୫ଟି ମାମଲା ଆସିଥିବାବେଳେ ଦୁର୍ଘଟଣାରେ ୫୩ ହଜାର ୪୫୧ ଜଣଙ୍କ ମୃତ୍ୟୁ ହୋଇଛି । ଏ ନେଇ ବିଭୂତି ଭୂଷଣ ବଳବନ୍ତରାୟଙ୍କ ପ୍ରଶ୍ନରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଶ୍ନରେ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
ମୁଖ୍ୟମନ୍ତ୍ରୀ ଗୃହରେ ବର୍ଷୱାରୀ ତଥ୍ୟ ଉପସ୍ଥାପନ କରିଛନ୍ତି । ୨୦୧୬ରୁ ୨୦୨୫ ମଧ୍ୟରେ ୫୩ ହଜାର ୪୫୧ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ୬୧ ହଜାର ୧୩୬ ଜଣ ଗୁରୁତର ଆହତ ଏବଂ ୪୫ ହଜାର ୧୪୬ ଜଣ ସାମାନ୍ୟ ଆଘାତ ପାଇଛନ୍ତି । ୨୦୨୫ରେ ସର୍ବାଧିକ ୧୨,୭୮୨ଜଣଙ୍କର ମୃତ୍ୟୁ ହୋଇଛି ।
ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା
୨୦୧୬- ୧୦୫୩୨
୨୦୧୭- ୧୦୮୫୫
୨୦୧୮- ୧୧୨୬୨
୨୦୧୯- ୧୧୦୬୪
୨୦୨୦- ୯୮୧୭
୨୦୨୧- ୧୦୯୮୩
୨୦୨୨- ୧୧୬୬୩
୨୦୨୩- ୧୧୯୯୨
୨୦୨୪- ୧୨୩୭୫
୨୦୨୫- ୧୨୭୮୨