ଭୁବନେଶ୍ୱର : ଆହୁରି କଲବଲ କରିବ ତାତି। ଆସନ୍ତା ୨ ଦିନ ମଧ୍ୟରେ ଆହୁରି ୨ ରୁ ୩ ଡିଗ୍ରୀ ବଢିବ ଦିନ ତାପମାତ୍ରା। ଗତ ୨୪ ଘଣ୍ଟା ମଧ୍ୟରେ ୩୭.୬ ଡିଗ୍ରୀ ସେଲସିୟସ ସହ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ ସହର ପାଲଟିଛି। ଅନ୍ୟପଟେ ଭୁବନେଶ୍ୱରରେ ସର୍ବାଧିକ ତାପମାତ୍ରା ୩୩.୭ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ତେବେ ମାର୍ଚ୍ଚ ୧୦ ତାରିଖରୁ ମାର୍ଚ୍ଚ ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବ ବୋଲି ଆକଳନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର। ଏହାସହିତ ବାହାରକୁ ଯିବା ବେଳେ ଛତା,ପାଣୀବୋତଲ ସାଙ୍ଗରେ ରଖିବା ପାଇଁ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
ତେବେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାର ବିଭିନ୍ନ ଜିଲ୍ଲା ଯଥା ମୟୂରଭଞ୍ଜ, ବାଲେଶ୍ୱର, କେଉଁଝର ଓ ଭଦ୍ରକ ଜିଲ୍ଲାର କିଛି କିଛି ସ୍ଥାନରେ ହାଲୁକା ରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଏହାସହିତ ୩୦ ରୁ ୪୦ କିଲୋମିଟର ପ୍ରତି ଘଣ୍ଟା ବେଗରେ ପବନ ବୋହିବାର ସମ୍ଭାବନା ରହିଛି। ଏପରିକି କିଛି ଦିନ ହେବ ରାଜ୍ୟର କିଛି କିଛି ସ୍ଥାନରେ ହାଲୁକା ମାଧ୍ୟମ ଧରଣର ବର୍ଷା,ବିଜୁଳି ଘଡଘଡି ମାରିବାର ଦେଖିବାକୁ ମିଳିଛି। ତେବେ ରାଜ୍ୟରେ କିଛି ସ୍ଥାନରେ ବର୍ଷା ହେଉଥିବା ବେଳେ ଅନ୍ୟ ସ୍ଥାନରେ ଅସହ୍ୟ ତାତି ଅନୁଭୂତ ହେଉଛି। ତେଣୁ ରାଜ୍ୟବାସୀ କିଛି ମାସ ମଧ୍ୟରେ ତାତି ଏବଂ ବର୍ଷା ଉଭୟ ଅନୁଭୂତ କରୁଛନ୍ତି।
ଅଧିକ ପଢନ୍ତୁ ; ଦୁର୍ଘଟଣାରେ ଚାଲିଗଲା ଆୟୁର୍ବେଦିକ କଲେଜର ଛାତ୍ରୀଙ୍କ ପ୍ରାଣ