ଢେଙ୍କାନାଳ ଜିଲା ଜିରାଳ ଫରେଷ୍ଟ ସେକ୍ସନ ପିପଳା ଗ୍ରାମ ବାସୁଆତଇଳା ନିକଟ ଜଙ୍ଗଲରେ ଅସୁସ୍ଥ ମାଈ ହାତୀର ମୃତ୍ୟୁ ହୋଇଛି। ହାତୀଟି ବାରହା ପାଇଁ ଖଞ୍ଜା ଯାଇଥିବା ବୋମାଖାଇ ଅସୁସ୍ଥ ହୋଇଯାଇଥିଲା। ତାକୁ ପଶ୍ଚିମାଞ୍ଚଳ ରେଞ୍ଜ୍ ସୁନାଝରି ସଂରକ୍ଷିତ ଜଙ୍ଗଲରେ ଚିକିତ୍ସା କରାଯାଉଥିଲା। ହେଲେ ଚିକିତ୍ସାଧୀନ ଅବସ୍ଥାରେ ହାତୀଟି ପ୍ରାଣ ହରାଇଛି।
ମଙ୍ଗଳବାର ହାତୀଟିର ମୃତ୍ୟୁଦେହ ଠାବ କରାଯାଇଛି। ଜିରାଳ ଫରେଷ୍ଟ ସେକ୍ସନ ପିପଳା ଗ୍ରାମ ବାସୁଆତଇଳା ନିକଟରେ ଥିବା ଜଙ୍ଗଲରେ ମାଈ ହାତୀର ମୃତ ଦେହ ଠାବ କରାଯାଇଛି। ଅନେକ ସମୟରେ ଖଞ୍ଜା ଯାଇଥିବା ବୋମା ଖାଇ ହାତୀ ପ୍ରାଣ ହରାଉଥିବା ଖବର ସାମ୍ନାକୁ ଆସୁଛି। ଯାହାକି ଏକ ପ୍ରକାର ଚିନ୍ତାର କାରଣ ସାଜିଥିବା ବେଳେ ଏଭଳି କାମ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସାଧାରଣରେ ଦାବି ହୋଇଛି।
ଅଧିକ ପଢନ୍ତୁ: ଗୁଣିଗାରେଡି ସନ୍ଦେହରେ ବୟସ୍କ ବ୍ୟକ୍ତିଙ୍କୁ ବାନ୍ଧି ମାଡ଼ ମାରିବା ଘଟଣା; ୧୦ ଜଣଙ୍କୁ ଗିରଫ କଲା ପୋଲିସ