ପୁରୀ: ଲଭ୍ ଜିହାଦର ଶିକାର ହୋଇଛି ପୁରୀର ଝିଅ । ପ୍ରେମରେ ଫସାଇ ଏବେ ଧର୍ମ ପରିବର୍ତ୍ତନ କରାଯାଉଛି ବାଧ୍ୟ । ପ୍ରଥମେ ପୁରୀରୁ ପଶ୍ଚିମବଙ୍ଗ ଏବଂ ପରେ ବାଂଲାଦେଶରେ ବନ୍ଦୀ କରି ରଖାଯାଇଛି । ଦୀର୍ଘ ୫ ବର୍ଷ ହେଲାଣି ବାଂଲାଦେଶରେ ନିର୍ଯ୍ୟାତନା ପାଉଛନ୍ତି ଓଡ଼ିଆ ଝିଅ । ଝିଅକୁ ଫେରାଇ ଆଣିବାକୁ ପୁରୀ ଏସପିଙ୍କ ନିକଟରେ ଗୁହାରୀ କରିଛନ୍ତି ପୀଡ଼ିତାଙ୍କ ମାଆ ।
ପୀଡ଼ିତାଙ୍କ ମାଆଙ୍କ କହିବା ଅନୁସାରେ, ଗୋଟିଏ ଅନଲାଇନ୍ ଆପ୍ ଜରିଆରେ ପୁରୀ ଟାଉନ ଥାନା ଅଞ୍ଚଳର ଜଣେ ଝିଅ ସବୀର ନାମକ ଜଣେ ବଙ୍ଗୀୟ ଯୁବକଙ୍କ ସହିତ ପ୍ରେମରେ ପଡ଼ିଥିଲେ । ଏହା ୨୦୨୧ ନଭେମ୍ବର ମାସରେ ଘରୁ ଚାଲିଯାଇଥିଲେ । ୨୦୨୧ ନଭେମ୍ବର ୨୭ରେ ଝିଅକୁ ୧୬ ବର୍ଷ ହୋଇଥିବା ସମୟରେ ସେ ନିଖୋଜ ହୋଇଥିବା ପରିବାର ପକ୍ଷରୁ ଟାଉନ ଥାନାରେ ଏତଲା ଦିଆଯାଇଥିଲା । ପରେ ପଶ୍ଚିମବଙ୍ଗର କୁଚବିହାରରେ ଝିଅ ଥିବା ନେଇ ଖବର ପାଇବା ପରେ ପୋଲିସ୍ ସହାୟତାରେ ସେଠାକୁ ଯାଇଥିଲେ । କିନ୍ତୁ ସେଠାରେ ପୋଲିସ୍ ଥାନା ଅଧିକାରୀ ନିଜକୁ ଉକ୍ତ ଯୁବକଙ୍କ ସମ୍ପର୍କୀୟ ବୋଲି କହିଥିଲେ । ସେ ଏ ବାବଦରେ ବୁଝାବୁଝି କରିବେ ବୋଲି କହି ଯୁବକକୁ ଖସାଇଥିଲେ । ୨୦୨୨ ମସିହା ଫେବ୍ରୁଆରୀ ମାସରେ ଝିଅ ପୁଣି ଥରେ ମାଆଙ୍କୁ ଫୋନ ଯୋଗେ ଯୋଗାଯୋଗ କରିଥିଲା । ତାକୁ ବାଂଲାଦେଶରେ ରଖାଯାଇଥିବା ମାଆଙ୍କୁ କହିଥିଲା । ଧର୍ମ ପରିବର୍ତ୍ତନ ପାଇଁ ନିର୍ଯ୍ୟାତନା ଦିଆଯାଉଥିବା କହିଥିଲା ଏବଂ ଉଦ୍ଧାର କରିବାକୁ ସେ ଉଦ୍ଧାର କରିବାକୁ ମାଆଙ୍କୁ କହିଥିଲେ ।
ଶେଷଥର ପାଇଁ ଝିଅ ସହ ୨୦୨୬ ମାର୍ଚ୍ଚ ୨୨ ତାରିଖରେ କଥା ହୋଇଥିଲେ। କିନ୍ତୁ ଏହା ପରଠାରୁ ଆଉ କୌଣସି ଖବର ନାହିଁ । ଝିଅକୁ ଫେରାଇ ଆଣିବା ପାଇଁ ଏବେ ଏସପିଙ୍କ ଦ୍ଵାରସ୍ଥ ହୋଇଛନ୍ତି । ଝିଅକୁ ଉଦ୍ଧାର କରିବାକୁ କାନ୍ଦି କାନ୍ଦି ଗୁହାରୀ କରିଛନ୍ତି ମାଆ ।
ସେପଟେ ପୁରୀ ଏସପି ପ୍ରତୀକ ସିଂହ କହିଛନ୍ତି ଯେ ଏହି ଘଟଣାକୁ ପୋଲିସ ଗୁରୁତର ସହ ନେଇ ତଦନ୍ତ କରୁଛି। ଝିଅକୁ କିଭଳି ଫେରାଇ ଅଣାଯାଇ ପାରିବ ସେ ଦିଗରେ ପୋଲିସ କାର୍ଯ୍ୟ କରୁଛି।