ଭୁବନେଶ୍ୱର: ରାଜ୍ୟରେ ବଢ଼ୁଛି ଦାଦନ ଶ୍ରମିକଙ୍କ ସଂଖ୍ୟା। ରାଜ୍ୟ ବାହାରକୁ ଯାଇ କାମ କରୁଥିବା ଓଡ଼ିଆଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଗୋଟିଏ ବର୍ଷରେ ଏହି ସଂଖ୍ୟା ୨୨ ହଜାର ପର୍ଯ୍ୟନ୍ତ ବଢ଼ିଛି। ୨୦୨୪ରେ ରାଜ୍ୟ ବାହାରକୁ ଯାଇ କାମ କରୁଥିବା ଓଡ଼ିଆ ଦାଦନ ଶ୍ରମିକ ସଂଖ୍ୟା ୭୦,୧୪୨ ଥିଲା। ୨୦୨୫ରେ ଆର୍ଥିକ ବର୍ଷରେ ଏହି ସଂଖ୍ୟା ୯୪,୧୦୬ରେ ପହଞ୍ଚିଛନ୍ତି। ଯାହା ବର୍ଷକରେ ୨୨ ହଜାର ବୃଦ୍ଧି ପାଇଛି ବୋଲି ବିଧାନସଭାରେ ଉତ୍ତର ରଖିଛନ୍ତି ଶ୍ରମ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ।
ମଙ୍ଗଳବାର ବିଧାନସଭାରେ ଭୋଗରାଇ ବିଜେଡ଼ି ବିଧାୟକ ଗୌତମବୁଦ୍ଧ ଦାସ ଦାଦନ ଶ୍ରମିକ ପ୍ରସଙ୍ଗରେ ପ୍ରଶ୍ନ କରିଥିଲେ। ଯାହାର ଉତ୍ତର ଦେଇ ମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟ ବାହାରକୁ ଦାଦନ ଖଟି ଯିବା ଅର୍ଥାତ୍ ଦାଦନ ପ୍ରବଣ ଜିଲ୍ଲାରେ ସବୁଠାରୁ ଆଗରେ ରହିଛି ବଲାଙ୍ଗୀର ଜିଲ୍ଲା।ସେହିପରି ବରଗଡ଼ ଭଳି କୃଷି ପ୍ରବଣ ଜିଲ୍ଲାରେ ମାଧ୍ୟ ଦାଦନ ଶ୍ରମିକଙ୍କ ସଂଖ୍ୟା ବୃଦ୍ଧି ପାଇଛି। ୨୦୨୪ ଆର୍ଥିକ ବର୍ଷରେ ୪୯,୯୯୮ଜଣ ଦାଦନ ଶ୍ରମିକ ରାଜ୍ୟ ବାହାରକୁ ଯାଇଥିଲେ। ୨୦୨୫ରେ ଏହି ସଂଖ୍ୟା ୬୫,୩୦୯ରେ ପହଞ୍ଚିଛି।
ଅଧିକ ପଢନ୍ତୁ: ନିଆଁ ଲାଗି ଗତ ତିନି ବର୍ଷ ମଧ୍ୟରେ ନଷ୍ଟ ହୋଇଛି ୨୨,୨୯୩ ହେକ୍ଟର ଜଙ୍ଗଲ; ଗୃହରେ ଉତ୍ତର ରଖିଲେ ମନ୍ତ୍ରୀ