ଝାରସୁଗୁଡା ; ଝାରସୁଗୁଡା ଜିଲ୍ଲା ବାଗଡ଼ିହି ପ୍ରାଥମିକ ଚିକିତ୍ସା କେନ୍ଦ୍ରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଭୁଲ ଇଂଜେକସନ ଦେବା ଯୋଗୁଁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ଯାହାକୁ ନେଇ ଘଟଣା ସ୍ଥଳରେ ତୀବ୍ର ଉତ୍ତେଜନା ଦେଖିବାକୁ ମିଳିଛି ।
ସୂଚନା ଅନୁସାରେ, ବାଗଡ଼ିହି ଷ୍ଟେସନପଡାର କହ୍ନେଇ ମହାନନ୍ଦିଆଙ୍କ ଗୋଡ଼ରେ ଘା ହୋଇଥିବା ଯୋଗୁଁ ଡ୍ରେସିଂ କରିବାକୁ ବାଗଡ଼ିହି ପ୍ରାଥମିକ ଚିକିତ୍ସା କେନ୍ଦ୍ରକୁ ଆସିଥିଲେ। ସେଠାରେ ଡାକ୍ତର ତାଙ୍କୁ ଆଣ୍ଟିବାୟୋଟିକ ଇଂଜେକସନ ଦେବା ପରେ କିଛି ସମୟ ମଧ୍ୟରେ କହ୍ନେଇଙ୍କ ମୃତ୍ୟୁ ହୋଇଥିଲା । ମୃତ୍ୟୁ ପରେ ଡାକ୍ତରଖାନା କର୍ତ୍ତୃପକ୍ଷ ମୃତକର ଶବ ବ୍ୟବଚ୍ଛେଦ ପାଇଁ ଝାରସୁଗୁଡା ପଠାଉ ଥିବା ବେଳେସ୍ଥାନୀୟ ଲୋକେ ପହଂଚି ଶବକୁ ଅଟକାଇ ରଖିବା ସହ ଚିକିତ୍ସା ର ତଦନ୍ତ ଓ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବୀ କରିଛନ୍ତି। ଏନେଇ ଖବର ପାଇ ଲାଇକେରା ପୋଲିସ ଘଟଣାସ୍ଥଳରେ ପହଂଚି ଅଧିକ ତଦନ୍ତ ଜାରି ରଖିଛି।